ବାଣ ନିଆଁରୁ ଅଘଟଣ: ଚିକିତ୍ସାଧୀନ ଯୁବକଙ୍କ ମୃତ୍ୟୁ, ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି

‘ଦୀପାବଳି’ ଗୁରୁବାର ଦିନ ଠାରୁ ରାଜ୍ୟରେ ଉତ୍ସାହର ସହିତ ପାଳନ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ କିଛି ଲୋକ ଗୁରୁବାର ପାଳନ କରିଥିବା ବେଳେ ଅନେକ ଲୋକ ଶୁକ୍ରବାର ପାଳନ କରିବେ ବୋଲି ଜଣାପଡ଼ିଛି। ବାଣ ଫୁଟାଇବା ବେଳେ ରାଜ୍ୟରେ ଗୁରୁବାର ସନ୍ଧ୍ୟା ପରଠାରୁ ଏକାଧିକ ସ୍ଥାନରେ ଅଘଟଣ ମଧ୍ୟ ଘଟିଛି। 

ଅଦ୍ୟତନ ହୋଇଛି
1ac29361-3a0d-4cd5-8f78-ce57f94aacfb

ଭୁବନେଶ୍ବର: ଅଲୋକର ପର୍ବ ‘ଦୀପାବଳି’ ଗୁରୁବାର ଦିନ ଠାରୁ ରାଜ୍ୟରେ ଉତ୍ସାହର ସହିତ ପାଳନ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ କିଛି ଲୋକ ଗୁରୁବାର ପାଳନ କରିଥିବା ବେଳେ ଅନେକ ଲୋକ ଶୁକ୍ରବାର ପାଳନ କରିବେ ବୋଲି ଜଣାପଡ଼ିଛି। ବାଣ ଫୁଟାଇବା ବେଳେ ରାଜ୍ୟରେ ଗୁରୁବାର ସନ୍ଧ୍ୟା ପରଠାରୁ ଏକାଧିକ ସ୍ଥାନରେ ଅଘଟଣ ମଧ୍ୟ ଘଟିଛି। 

ପୁରୀ ଜିଲ୍ଲା ସଦର ଥାନା ଅଧୀନ ବଡ଼ଗାଁରେ ଆଜି ସନ୍ଧ୍ୟାରେ ବାଣ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ଲୋକ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କ ମଧ୍ୟରୁ ସଙ୍କଟାପନ୍ନ ଯୁବକଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ବ୍ୟକ୍ତି ହେଲେ ବୁଲା ରାଉତ (୧୯)। ଏହି ଘଟଣାରେ ଗୁରୁତର ୨ ଜଣଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି। ଏଥିରେ ଜଣେ ମହିଳା ମଧ୍ୟ ଅଛନ୍ତି। ସେମାନଙ୍କର ଚିକିତ୍ସା ଜାରି ରହିଛି।

କଟକ, କେନ୍ଦ୍ରାପଡା ଏବଂ ନୟାଗଡ ଜିଲ୍ଲାରୁ ଆସିଥିବା ମୋଟ ୧୭ ଜଣ ଦୀପାବଳୀରେ ଆହତ ଏସସିବି ମେଡିକାଲର କାଜୁଆଲିଟିରେ ଭର୍ତ୍ତି ହୋଇଛନ୍ତି।

ସେହିପରି ରାଜଧାନୀ ଭୁବନେଶ୍ବରରେ ବାଣ ଫୁଟାଇ ସ୍ବାମୀ ଓ ସ୍ତ୍ରୀ ଆହତ ହୋଇଛନ୍ତି। ଦଂପତିଙ୍କ ହାତ ଜଳି ଯାଇଛି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏତଦ୍‌ ବ୍ୟତୀତ ୨୫ରୁ ଅଧିକ  ଯୁବକ, ଯୁବତୀ, ଛୋଟ ଛୁଆ ବାଣ ଫୁଟାଇ ଖଣ୍ଡିଆ ଖାବରା ହୋଇ କ୍ୟାପିଟାଲ ହସ୍ପିଟାଲରେକୁ ଆସିଛନ୍ତି।  ଏପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ ୨୫ରୁ ଊର୍ଦ୍ଧ୍ବ ପୋଡ଼ା ମାମଲା ଆସିଥିବା ସୂଚନା  ରହିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। 

ବାଲେଶ୍ବର ଜିଲ୍ଲା ସୋରର ବିଭିନ୍ନ ଅଞ୍ଚଳରୁ  ନାବାଳକଙ୍କ ସମେତ ୧୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।  ଲୋକେ ବହୁ ଆନନ୍ଦର ସହ ପାଳୁଥିବା ବେଳେ ବାଣ ଫୁଟାଇବା କାରଣରୁ ଏହିଭଳି ଅଘଟଣ ଘଟିଥିବା ଜଣାପଡିଛି। ଘର ଆଗରେ ବାଣ ଫୁଟାଉଥିବା ବେଳେ ଅସାବଧାନତା ବଶତଃ ତାଙ୍କ ହାତରେ ବାଣର ନିଆଁ ଲାଗି ଜଳି ଯାଇଥିଲା। ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣି ଭର୍ତି କରିଥିଲେ। 

ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛିl ପୁଲିସ ଲାଇନ ଅଞ୍ଚଳର ଜଣେ ନାବାଳକଙ୍କ ହାତ ଉପରକୁ ଜଣେ ଏକ ବାଣ ଫିଙ୍ଗି ଦେବାରୁ ତାଙ୍କ  ଫୁଟିଥିଲା। ଫଳରେ ନାବାଳକର ହାତ ପାପୁଲି ଜଳି ଯାଇଥିଲାl ସେହିପରି ଅଇଁଠାପାଲିରେ ଜଣେ ବ୍ୟକ୍ତି ତାଙ୍କ ଗେରେଜ ସମ୍ମୁଖରେ ବାଣ ଫୁଟାଉଥିବା ବେଳେ ହାତରେ ଫାଟି ଯାଇଥିଲା l ଫଳରେ ତାଙ୍କ ପାପୁଲିଟି ଫାଟି ଯାଇଥିଲା l ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କୁ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଇଛି l

ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିପାଟଣାରେ ବାଣ ନିଆଁ ଯୋଗୁଁ ଏକ ଯଜ୍ଞ ମଣ୍ଡପ ଜଳିଯାଇଛି। ଜାଗେଶ୍ବରୀ ମନ୍ଦିର ସମ୍ମୁଖରେ ଥିବା ଯଜ୍ଞ ମଣ୍ଡପରେ ନିଆଁ ଲାଗି ଏହା ଜଳି ଯାଇଛି। ସେହିପରି ରାୟଗଡ଼ାର ଜଗନ୍ନାଥ ମନ୍ଦିରସାହିରେ ଥିବା ଏକ ପାନ ଦୋକାନରେ ନିଆଁ ଲାଗି ଏହା ଜଳିଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe