ଗାତ ଖୋଳି ବାଣ ପୋତୁଥିଲା ପୁଲିସ; ବିସ୍ଫୋରଣରେ ଥରହର ହେଲେ ଗ୍ରାମବାସୀ

ଜବତ ବାଣ ନିଷ୍କ୍ରିୟ ବେଳେ ବିସ୍ଫୋରଣ ହୋଇଛି। ଏହି ଶଦ୍ଦରେ ଗାଁଲୋକେ ଭୟଭୀତ ହୋଇଛନ୍ତି। ଲୋକଙ୍କର ଘରର କାଚ ମଧ୍ୟ ଭାଙ୍ଗିଛି। କଲେଇ ଗ୍ରାମର ଲୋକଙ୍କ କହିବା ଅନୁଯାୟୀ କପାଳୀ ନଦୀକୂଳରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି। 

Cracker blast in Bhadrak village

Cracker blast in Bhadrak village Photograph: (sambad.in )

ଭଦ୍ରକ: ଜବତ ବାଣ ନିଷ୍କ୍ରିୟ ବେଳେ ଜୋରରେ ଶବ୍ଦ ହେଲା। ଏହି ଶଦ୍ଦରେ ଗାଁଲୋକେ ଭୟଭୀତ ହୋଇଗଲେ। ଅନେକ ଲୋକଙ୍କର ଘରର କାଚ ମଧ୍ୟ ଭାଙ୍ଗିଗଲା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କଲେଇ ଗ୍ରାମର ଲୋକଙ୍କ କହିବା ଅନୁଯାୟୀ କପାଳୀ ନଦୀ କୂଳରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। 

ସୂଚନା ମୁତାବକ ଭଦ୍ରକ ଜିଲ୍ଲା ପୁରୁଣାବଜାର ପୁଲିସ ବିଭିନ୍ନ ଅଂଚଳରୁ ବେଆଇନ ବାଣ ଜବତ କରି ତାକୁ ନିଷ୍କ୍ରିୟ କରିବା ପାଇଁ କଲେଇସ୍ଥିତ ନଦୀକୂଳକୁ ଆଣିଥିଲା। ସେଠାରେ ଦୁଇଟି ଗାତ ଖୋଲି ବାଣକୁ ରଖି ନିଷ୍କ୍ରିୟ କରାଯିବା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣା ଯାଇଥିଲା। ଏହାର ପ୍ରଭାବ ଏତେ ଜୋର ଥିଲା ଯେ ସ୍ଥାନୀୟ କିଛି ଗ୍ରାମ କଲେଇ, ଟାଙ୍କୁଣି, ବଳଭଦ୍ରପୁର, କଣ୍ଟାପଡା ସହ ପାଖାପାଖି ୧୦ଟି ଗ୍ରାମରେ ଭୂକମ୍ପ ପରି ଘର ଦୁଲୁକିବା ସହ ଝରକା କାଚ ସ୍କାଏ ଲାଇଟ ଭାଙ୍ଗିଛି। କିଛି ଲୋକ ଆତଙ୍କିତ ହୋଇଛନ୍ତି।

ବିନା ସୂଚନା ତଥା ସଚେତନତାରେ ଜନବସତି ପାଖରେ ଏମିତି ବାଣ ନିଷ୍କ୍ରିୟ କରିବା କେତେଦୂର ଯଥାର୍ଥ ବୋଲି ଲୋକମାନେ ପୁଲିସକୁ ପ୍ରଶ୍ନ କରିଛନ୍ତି। କିନ୍ତୁ ଅଧିକାରୀ ଏନେଇ ମୁହଁ ଖୋଲିନାହାନ୍ତି। ଗ୍ରାମବାସୀ ପୁଲିସ ଘେରିବାରୁ ଅତିରିକ୍ତ ଏସପି ସମ୍ବିତ ମାଝୀ ଘଟଣାସ୍ଥଳରେ ପହଂଞ୍ଚିଥିଲେ। କିନ୍ତୁ ସେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇନଥିଲେ ବୋଲ ସ୍ଥାନୀୟ ବାସିନ୍ଦା କହିଛନ୍ତି। 

ଏ ବାବଦରେ ସ୍ଥାନୀୟ ସରପଞ୍ଚ ନିରଞ୍ଜନ ମଲ୍ଲିକ କହିଛନ୍ତି, କୌଣସି ସୂଚନା ଆଗରୁ ଦିଆଯାଇନଥିଲା। ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରିଯାଇଥିଲେ। ଆଉ ପ୍ରଭାବ ଏତେ ଜୋର ଥିଲା ଜେ ପକ୍କା ଘର କାନ୍ଥ ଫାଟିବା ସହ କିଛି ରୋଗୀ ମଧ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ କିଛି ପଥର ଭଳି ସାମଗ୍ରୀ ମଧ୍ୟ ଆସି ଘର ଉପରେ ପଡିଥିଲା। ତାହାସହ ନିଆଁ ଆସି ଲୋକଙ୍କ ଘରେ ପଡ଼ିଛି। ଏଭଳି ବେପରୁଆ ତଥା ବିନା ସୂଚନା ଓ ସଚେତନତାରେ ଜନବସତି ପାଖରେ ଏଭଳି କାର୍ଯ୍ୟ କରିବାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଭଦ୍ରକ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା କହିଛନ୍ତି ଯେ ଭଦ୍ରକରେ ବାଣ ବିସ୍ପୋରଣରେ ୩ ଜଣଙ୍କ ମୃତ୍ୟୁ ପରେ ଜବତ ବାଣ ନିଷ୍କ୍ରିୟ କରାଯାଇଛି।

Bhadrak | Blast

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe