ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ବାଲେଶ୍ବରରୁ ପୁଣି ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ, ଗିରଫ ସଂଖ୍ୟା ୧୨୦ରେ ପହଞ୍ଚିଲା

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ପୁଣି ବାଲେଶ୍ବରରୁ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଜଣକ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ। ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

arrest

Photograph: (Van Severen Law Office)

ବ୍ରହ୍ମପୁର/ବସ୍ତା-୨: ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ପୁଣି ବାଲେଶ୍ବରରୁ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଜଣକ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ। ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଚନ୍ଦନ ଜଣେ ସମାଜସେବୀ ଭାବରେ ନିଜକୁ ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ସେ ଗିରଫ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ଅଭିଯୁକ୍ତଙ୍କୁ ଆଜି ହାଜର କରିବ କ୍ରାଇମବ୍ରାଞ୍ଚ। ଗତକାଲି ବାଲେଶ୍ବର ସିଂଲା ଥାନା ନାବରା ଗାଁର ଅରବିନ୍ଦ ଦାସଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲାବେଳେ ଆଜି ଚନ୍ଦନଙ୍କୁ ମିଶାଇ ଗିରଫ ସଂଖ୍ୟା ୧୨୦ରେ ପହଞ୍ଚିଛି। 

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ପୁଣି ବାଲେଶ୍ବରରୁ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଜଣକ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ। ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଚନ୍ଦନ ଜଣେ ସମାଜସେବୀ ଭାବରେ ନିଜକୁ ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ସେ ଗିରଫ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ଅଭିଯୁକ୍ତଙ୍କୁ ଆଜି ହାଜର କରିବ କ୍ରାଇମବ୍ରାଞ୍ଚ। ଗତକାଲି ବାଲେଶ୍ବର ସିଂଲା ଥାନା ନାବରା ଗାଁର ଅରବିନ୍ଦ ଦାସଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲାବେଳେ ଆଜି ଚନ୍ଦନଙ୍କୁ ମିଶାଇ ଗିରଫ ସଂଖ୍ୟା ୧୨୦ରେ ପହଞ୍ଚିଛି। 

ସୂଚନାଯୋଗ୍ୟ, ଗତକାଲି ବସ୍ତା ପୁଲିସ ପ୍ରଥମେ ଅରବିନ୍ଦଙ୍କ ପୈତୃକ ଘର ନାବରାରେ ଚଢ଼ଉ କରିଥିଲା। ହେଲେ ସେଠାରେ ତାଙ୍କୁ ନ ପାଇ ଜଳେଶ୍ବର ରାଜପୁର ଗ୍ରାମରୁ ଧରିଥିଲା। ଅରବିନ୍ଦ ସିଧାସଳଖ ଆଶାୟୀଙ୍କ ପାଖରୁ ଟଙ୍କା ନେଇଥିଲେ ନା ଦଲାଲଙ୍କ ପାଇଁ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲେ, ସେ ବାବଦରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି। ଗିରଫ ପରେ ତାଙ୍କୁ ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଅଭିଯୁକ୍ତ ନିକଟରୁ କିଛି ଆପତ୍ତିଜନକ ନଥିପତ୍ର ମଧ୍ୟ ଜବତ କରାଯାଇଛି। ଗତକାଲି ଭୁବନେଶ୍ବର ବାରଙ୍ଗ ଥାନା ଅଞ୍ଚଳର ବିଶ୍ବରଞ୍ଜନ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲାବେଳେ ଆଜି ଅରବିନ୍ଦଙ୍କୁ ମିଶାଇ ଗିରଫ ସଂଖ୍ୟା ୧୧୯ରେ ପହଞ୍ଚିଥିଲା। ସେହିପରି କ୍ରାଇମବ୍ରାଞ୍ଚ ଆଜି ପୋଲସରା ପୋଷ୍ଟ ଅଫିସ ପାଖରେ ରହୁଥିବା ଗୁପ୍ତରଞ୍ଜନ ନାୟକଙ୍କୁ ଅଟକ ରଖି ଜେରା କରୁଛି। ଗୁପ୍ତରଞ୍ଜନ ସ୍ଥାନୀୟ ଷଣ୍ଢ ସାହି-ଶ୍ରୀରାମନଗରଠାରେ ଏକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ ଚଳାଉଥିଲେ। ସେଠାରେ ପୁଲିସ ଏସ୍‌ଆଇ ପରୀକ୍ଷା ଲାଗି ସେଣ୍ଟର କରାଯାଇଥାନ୍ତା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe