ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମ୍ ବ୍ରାଞ୍ଚର ଟିମ୍ ତନାଘନା

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଆଜି ଦ୍ବିତୀୟ ଦିନରେ ପୁଣି ତଦନ୍ତ ଆରମ୍ଭ ହୋଇଛି। ଆଜି ସକାଳୁ କ୍ରାଇମ୍ ବ୍ରାଞ୍ଚର ଟିମ୍ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ତନାଘନା କରିଛି।

ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ପ୍ରସଙ୍ଗ : କେନ୍ଦ୍ର ନିକଟକୁ ପ୍ରସ୍ତାବ ଆସିନାହିଁ

ଝାରସୁଗୁଡ଼ା/ଭୁବନେଶ୍ବର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଆଜି ଦ୍ବିତୀୟ ଦିନରେ ପୁଣି ତଦନ୍ତ ଆରମ୍ଭ ହୋଇଛି। ଆଜି ସକାଳୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ତନାଘନା କରିଛି। ଗୁଳିକାଣ୍ଡ ପରେ କେତେବେଳେ ଓ କିପରି ଏୟାରଲିଫ୍ଟ ହୋଇଥିଲା ସେନେଇ ଖୋଳତାଡ଼ କରିଛି। ତେଣେ ଗୁଳିକାଣ୍ଡ ପରେ ନବଦାସଙ୍କ ଚିକିତ୍ସା କରିଥିବା ଦୁଇ ଡାକ୍ତରଙ୍କୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ପଚରାଉଚରା କରିଛି। ଏହାପରେ ନବ ଦାସଙ୍କ ସରବାହାଲସ୍ଥିତ ବାସଭବନରେ ପହଞ୍ଚି ପରିବାର ଲୋକଙ୍କ ପୁନର୍ବାର ବୟାନ ରେକର୍ଡ କରୁଛି।   

ଗତକାଲି ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୨ ଜଣିଆ ଟିମ୍ ନବ ଦାସଙ୍କ ସରବାହାଲସ୍ଥିତ ବାସଭବନରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା। ୮ ଘଣ୍ଟାର ଏହି ବୟାନ୍ ରେକର୍ଡ ସମୟରେ ପରିବାର ଲୋକଙ୍କ ପକ୍ଷରୁ କିଛି ନୂଆ ଅଭିଯୋଗ ମଧ୍ୟ କ୍ରାଇମ୍ବ୍ରାଞ୍ଚ ନିକଟରେ କରାଯାଇଥିବା ସୂଚନା ଆସିଛି। ଏହି ଘଟଣା ପରେ ହତ୍ୟାକାଣ୍ଡର ଷଡ୍ଯନ୍ତ୍ର ଦିଗ ଉନ୍ମୋଚିତ ହେବା ନେଇ ମଧ୍ୟ ସମ୍ଭାବନା ଦେଖାଦେଇଛି। ଗଣମାଧ୍ୟମକୁ ସୂଚନା ଦେଇ ତଦନ୍ତ ପୃଷ୍ଠଭୂମିରେ ଯେଉଁମାନେ ଆସିବେ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଅତିରିକ୍ତ ଏସ୍ପି ଶ୍ରୀ ମଲ୍ଲିକ କହିଛନ୍ତି।
 

ସୂଚନାଯୋଗ୍ୟ, ଗତକାଲି ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୨ ଜଣିଆ ଟିମ୍ ନବ ଦାସଙ୍କ ସରବାହାଲସ୍ଥିତ ବାସଭବନରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା। ୮ ଘଣ୍ଟାର ଏହି ବୟାନ୍ ରେକର୍ଡ ସମୟରେ ପରିବାର ଲୋକଙ୍କ ପକ୍ଷରୁ କିଛି ନୂଆ ଅଭିଯୋଗ ମଧ୍ୟ କ୍ରାଇମ୍ବ୍ରାଞ୍ଚ ନିକଟରେ କରାଯାଇଥିବା ସୂଚନା ଆସିଛି। ଏହି ଘଟଣା ପରେ ହତ୍ୟାକାଣ୍ଡର ଷଡ୍ଯନ୍ତ୍ର ଦିଗ ଉନ୍ମୋଚିତ ହେବା ନେଇ ମଧ୍ୟ ସମ୍ଭାବନା ଦେଖାଦେଇଛି। ଗଣମାଧ୍ୟମକୁ ସୂଚନା ଦେଇ ତଦନ୍ତ ପୃଷ୍ଠଭୂମିରେ ଯେଉଁମାନେ ଆସିବେ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଅତିରିକ୍ତ ଏସ୍ପି ଶ୍ରୀ ମଲ୍ଲିକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିସାରିଛି। ଏବେ ବି ତଦନ୍ତ ଜାରି ରହିଛି। ମାତ୍ର କ୍ରାଇମ୍ବ୍ରାଞ୍ଚ କରିଥିବା ତଦନ୍ତରେ ଅନେକ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ନେଇ ଅଭିଯୋଗ ପରେ କ୍ରାଇମ୍ବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠିଥିଲା। ନବ ଦାସଙ୍କ ରକ୍ତଲଗା ସାର୍ଟ ଗାଏବ୍ ହେବା, ଗୁଳିର ଠିକ୍ ହିସାବ ନମିଳିବା, ନବ ଦାସଙ୍କ ମୃତ୍ୟୁର ସଠିକ୍ ସମୟ ଜଣାନପଡ଼ିବା ଆଦି ପ୍ରସଙ୍ଗ କ୍ରାଇମ୍ବ୍ରାଞ୍ଚକୁ ବିବାଦ ଘେରକୁ ଆଣିଥିବା ବେଳେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିବା ଷଡ୍ଯନ୍ତ୍ର ଦିଗ ପ୍ରତି ମଧ୍ୟ କୌଣସି ତଦନ୍ତ ହୋଇନଥିଲା। ତେବେ ଏହି ପୁନଃତଦନ୍ତରେ ଉପରୋକ୍ତ ଦିଗ ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe