କାଲିମେଳାରେ କୁମ୍ଭୀର ଆତଙ୍କ! ପୋଖରୀ ଚାରିପଟେ ଘେରି ରହିଛନ୍ତି ଗ୍ରାମବାସୀ

କୁମ୍ଭୀର ନା’ ଶୁଣିଲେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଥବା ଅନୁଗୁଳ ଜିଲ୍ଲା ଟିକରପଡ଼ା କଥା ମନକୁ ଆସିଥାଏ। ଏହି ଦୁଇଟି ସ୍ଥାନର ନିକଟସ୍ଥ ଅଞ୍ଚଳରେ ମଧ୍ୟ କୁମ୍ଭୀର ଆତଙ୍କ ବେଳେବେଳେ ଦେଖାଯାଇଥାଏ। ମହାନଦୀ ଅବବାହିକାରେ ଥିବା ଗାଁଗୁଡ଼ିକରେ ଅନେକ ସମୟରେ କୁମ୍ଭୀର ଦେଖାଯାଇଛି।

New Project (23)

କାଲିମେଳା: କୁମ୍ଭୀର ନା’ ଶୁଣିଲେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଥବା ଅନୁଗୁଳ ଜିଲ୍ଲା ଟିକରପଡ଼ା କଥା ମନକୁ ଆସିଥାଏ। ଏହି ଦୁଇଟି ସ୍ଥାନର ନିକଟସ୍ଥ ଅଞ୍ଚଳରେ ମଧ୍ୟ କୁମ୍ଭୀର ଆତଙ୍କ ବେଳେବେଳେ ଦେଖାଯାଇଥାଏ। ମହାନଦୀ ଅବବାହିକାରେ ଥିବା ଗାଁଗୁଡ଼ିକରେ ଅନେକ ସମୟରେ କୁମ୍ଭୀର ଦେଖାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ପୋଖରୀ ଅବା ନାଳରେ କୁମ୍ଭୀର ଆକ୍ରମଣରେ ଜୀବନହାନୀ ମଧ୍ୟ ଘଟିଥିବା ନଜିର ରହିଛି। କିନ୍ତୁ ମାଲକାନଗିରି ଜିଲ୍ଲାରେ କୁମ୍ଭୀର ଦେଖାଯିବା ଭଳି ବିରଳ ଘଟଣା ଯେକୌଣସି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। କିନ୍ତୁ କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୮୩ ଗ୍ରାମରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଗତ ଦୁଇ ଦିନ ହେଲା ଗାଁ ପୋଖରୀରେ ଦୁଇଟି କୁମ୍ଭୀର ରହିଥିବାର ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। 

ଏହି କୁମ୍ଭୀର କେଉଁ ଠାରୁ ଆସିଲେ ତାହା କେହି ଜାଣି ନଥିବାର କହିଛନ୍ତି। ପୋଖରୀ ଭିତରେ କୁମ୍ଭୀର ଥିବାର ଜଣାପଡ଼ିବା ପରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି। ପୋଖରୀ ଭିତରୁ ବାହାରି ଗାଁକୁ ଚାଲି ଯିବାର ଭୟ ଥିବାରୁ ଲୋକମାନେ ପୋଖରୀ ଚାରିପଟେ କୁମ୍ଭୀର ଉପରେ ନଜର ରଖିଛନ୍ତି।

ମହାନଦୀ ଅବବାହିକାରେ ଥିବା ଗାଁଗୁଡ଼ିକରେ ଅନେକ ସମୟରେ କୁମ୍ଭୀର ଦେଖାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ପୋଖରୀ ଅବା ନାଳରେ କୁମ୍ଭୀର ଆକ୍ରମଣରେ ଜୀବନହାନୀ ମଧ୍ୟ ଘଟିଥିବା ନଜିର ରହିଛି। କିନ୍ତୁ ମାଲକାନଗିରି ଜିଲ୍ଲାରେ କୁମ୍ଭୀର ଦେଖାଯିବା ଭଳି ବିରଳ ଘଟଣା ଯେକୌଣସି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। କିନ୍ତୁ କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୮୩ ଗ୍ରାମରେ କୁମ୍ଭୀର ଆତଙ୍କ ଦେଖାଦେଇଛି।

ଏ ସମ୍ପର୍କରେ ଆଜି ଗ୍ରାମବାସୀମାନେ ମୋଟୁ ବନ ବିଭାଗକୁ ଖବର ଦେବା ପରେ ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁଙ୍କ ସମେତ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଥିବାର ଦେଖିବାକୁ ମିଳିଛି। ପୋଖରୀ ଭିତରେ ଗାଧୋଇବା ପାଇଁ ବନ ବିଭାଗ ଗ୍ରାମବାସୀଙ୍କୁ ବାରଣ କରିଥିବାର ଜଣାପଡ଼ିଛି। ପୋଖରୀରେ ପାଣି ଭର୍ତ୍ତି ରହିଥିବାରୁ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଆସନ୍ତାକାଲି ଜାଲ ଓ ପାୱାର ବୋଟ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। 

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe