କୋଣାର୍କ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରେବା ତୀର୍ଥ ଭାବେ ପରିଚିତ ପବିତ୍ର ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ଆ କା ମା ଵୈ.ପାନ ଗୁଆ ଥୋଇ,ପାନ ଗୁଆ ତୋର, ମାସକ ଧରମ ମୋର" କହି ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ କରିଛନ୍ତି।
ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ସୂର୍ଯ୍ୟନାରାୟଣ ଦର୍ଶନ
ପ୍ରାଚୀନ ପରମ୍ପରା ପାଳନ ପୂର୍ବକ ଶୁକ୍ରବାର ଭୋର ୪ଟାରୁ କାଗଜ ଡ଼ଙ୍ଗା, କଦଳୀ ଫାଉଡାରେ ନିର୍ମିତ ଡଙ୍ଗା ଧରି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଶତାଧିକ କାର୍ତ୍ତିକ ବ୍ରତଧାରୀ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ପୂଜାର୍ଚ୍ଚନା କରି ଡ଼ଙ୍ଗା ଭଷାଉଭା ସହ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି। ବିଶ୍ୱାସ ରହିଛି କାର୍ତ୍ତିକ ମାସରେ ଓଷା କରିବା ସହ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ସୂର୍ଯ୍ୟନାରାୟଣ ଦର୍ଶନ କଲେ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତି ମିଳିଥାଏ।
ତେଣୁ ଆଜି ପ୍ରତ୍ୟୁଷରେ ହଜାର ହଜାର ସୂର୍ଯ୍ୟ ଭକ୍ତ ଓ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ଆସି "ଆ କା ମା ଵୈ.ପାନ ଗୁଆ ଥୋଇ,ପାନ ଗୁଆ ତୋର, ମାସକ ଧରମ ମୋର" କହି କଦଳୀ ଫାଉଡାରେ ସୁନ୍ଦର ଭାବେ ଦୀପ ଧୂପ ସଜାଇ ଫୁଲ ଦେଇ ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କରି ପବିତ୍ର ତୀର୍ଥ ଜଳରେ ଶତାଧିକ ଶ୍ରଦ୍ଧାଳୁ ଡଙ୍ଗା ଭସାଇଥିଲେ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଓ ସାଂସ୍କୃତିକ ପରମ୍ପରାକୁ ମନେପକାଇବା ପାଇଁ ଚନ୍ଦ୍ରଭାଗାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ନାମ ସଙ୍କୀର୍ତ୍ତନ ଓ ହୁଳହୁଳି ଶବ୍ଦରେ ଚନ୍ଦ୍ରଭାଗା ବେଳାଭୂମି ବେଶ୍ ଆଧ୍ୟାତ୍ମିକମୟ ହୋଇଛି।
ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ନିର୍ବାଚନ: ମନର କଥା କହିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ
ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବେ। ବାଲିଯାତ୍ରାକୁ ଏଥର ଆକର୍ଷଣୀୟ କରିବା ପାଇଁ ଶ୍ରେୟା ଘୋଷାଲ ଓ ହର୍ଷଦୀପ କୌର ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ‘କଟକ ଇନ୍ କଟକ’ରେ ଓଡ଼ିଆ ଭାଷା, ସାହିତ୍ୟ ଥିମ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥର ପାଖାପଖି ୧୬୦୦ ଷ୍ଟଲ୍ ପଡ଼ିଛି। ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ରୁ ଅଧିକ ଅଫିସର ମୁତୟନ ହେବେ ବୋଲି କମିସନର ଏସ୍ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ବାଲିଯାତ୍ରାରେ ବିଶ୍ବ ରେକର୍ଡ କରିବା ପାଇଁ ପ୍ରଶାସନ ତିନୋଟି ପଦକ୍ଷେପ ନେଇଛି।
ଆହୁରି ପଢ଼ନ୍ତୁ: Jay Dholkia On BJD: ମୋ ବାପାଙ୍କ ପାଇଁ ଟଙ୍କାଟେ ବି ଖର୍ଚ୍ଚ କରିନି ବିଜେଡି: ଜୟ ଢୋଲକିଆ
ଶାଳପତ୍ରରେ ୧୦ହଜାର ଗ୍ରିନ୍ ବୋଟ୍ ତିଆରି କରାଯିବ। ‘କଟକ ଇନ୍ କଟକ’ ଭିତରେ ୧ଲକ୍ଷ ବହି ସଂଗ୍ରହ କରି ମାଗଣାରେ ବଣ୍ଟାଯିବ। ବାଲିଯାତ୍ରାକୁ ଆସୁଥିବା ଲୋକମାନଙ୍କର ମତାମତକୁ ସଂଗ୍ରହ କରିବା ପାଇଁ ଷ୍ଟିକିଂ ନୋଟ୍ସ ବୋର୍ଡରେ ଲଗାଯିବାକୁ ପ୍ରଶାସନ ବ୍ୟବସ୍ଥା କରିଛି। ସେହିପରି ବାଲିଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମେଳାର ମାନ୍ୟତା ଦେବା ପାଇଁ ଏଥର ଇଣ୍ଡୋନେସିଆ ଓ କୋରିଆରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଟିମ୍ ଆସୁଥିଲା ବେଳେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପାଭିଲିଅନ୍ କରାଯାଇଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।
ଏଣେ ରାଜଧାନୀର କୁଆଖାଇ, ମହାନଦୀ ଓ କାଠଯୋଡ଼ିରେ ମଧ୍ୟ ଷଳାକେ ଡଙ୍ଗା ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/05/chandrabhaga-2025-11-05-09-29-08.png)