ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ଆଉ ମାତ୍ର ୬ ଦିନ ପରେ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ହେବ। ଏହି ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ୫ଦିନ ପର୍ଯ୍ୟନ୍ତ ପ୍ରଚାର କରିପାରିବେ। ଏହାରି ମଧ୍ୟରେ ରାଜନୈତିକ ଯୁଦ୍ଧ ଜାରି ରହିଛି। ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୀତିରେ ରୋଚକ ମୋଡ଼ ଆସିଛି। ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ସାମ୍ନାକୁ ଆସିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଅନେକ ଅକୁଆ କଥା କହିଛନ୍ତି। ତାଙ୍କର ସ୍ବାମୀ ଅସୁସ୍ଥ ହେବା ଠାରୁ ଆରମ୍ଭ କରି ଜୟ ଢୋଲକିଆ ବିଜେପିରେ ଯୋଗ ଦେବା ପର୍ଯ୍ୟନ୍ତ ଘଟଣାକ୍ରମ ବଖାଣିଛନ୍ତି।

Advertisment

କଳ୍ପନାଙ୍କ ଭିଡିଓ ବାର୍ତ୍ତା…

କଳ୍ପନା ‌ଢୋଲକିଆ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ମାଧ୍ୟମରେ ଭିଡିଓ ବାର୍ତ୍ତା ଜାରି କହିଛନ୍ତି। ସେ କହିଛନ୍ତି ଯେ, ଆଜି ମୋର ପରିବାର ସଂପର୍କରେ କିଛି କଥା କହିବାକୁ ସାମାଜିକ ଗଣମାଧ୍ୟମକୁ ଆସିଛି। ମୋର ପତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ପାଖାପାଖି ୨୪ ବର୍ଷ ଯାଏଁ ଗୋଟିଏ ଦଳ ‘ବିଜୁ ଜନତା ଦଳ’ ପାଇଁ ପୂରା ନିଷ୍ଠାର ସହିତ କାମ କରିଛନ୍ତି। କିନ୍ତୁ ତାଙ୍କର ଅନ୍ତିମ ସମୟରେ ଯେତେବେଳେ ସେ ଅସୁସ୍ଥ ଥିଲେ, ସେହିସମୟରେ ବିଜେଡି ପକ୍ଷରୁ କେହି ପଚାରି ନଥିଲେ। କେହି ଫୋନ୍‌ କରିନଥିଲେ। ରାଜେନ୍ଦ୍ର ଢୋଲକିଆ କେମିତି ଅଛନ୍ତି ବୋଲି ପଚାରି ନଥିଲେ। 

ଆହୁରି ପଢ଼ନ୍ତୁ: Bilaspur Train Accident: ଟ୍ରେନରୁ ଶୁଭୁଛି ବଞ୍ଚାଅ… ବଞ୍ଚାଅ… ଦୁର୍ଘଟଣା ପରେ ଜାରି ହେଲା ହେଲ୍ପଲାଇନ୍ ନମ୍ବର, ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା

ବିଜେଡି ଛାଡ଼ିବା କାରଣ କହିଲେ କଳ୍ପନା

ରାଜେନ୍ଦ୍ର ଢୋଲକିଆ ୨୪ ବ‌ର୍ଷ ପର୍ଯ୍ୟନ୍ତ ବିଜେଡିକୁ ସମୟ ଦେଇଥିଲେ। ଏହା ପରେ ମଧ୍ୟ ବିଜେଡି ଆମକୁ ଅଣଦେଖା କରିଥିଲା। ଏଠାରେ ମୁଁ କହିବାକୁ ଚାହୁଁଛି, ନିଜର ଲୋକ ଯେତେବେଳେ ସହଯୋଗ ନକରନ୍ତି ମନୋବଳ ଭାଙ୍ଗିଯାଇଥାଏ। ବିଜେଡିର ଅଣଦେଖା ଯୋଗୁଁ ଆମେ ଦଳରେ ନରହିବାର ହେଉଛି ପ୍ରମୁଖ କାରଣ। 

ଆହୁରି ପଢ଼ନ୍ତୁ: Stolen Money Seized: ଲୁଟ୍‌ ଟଙ୍କା ଜବତ, ମାଲିକଙ୍କୁ ୪.୧୦ ଲକ୍ଷ ଫେରାଇଲା ପୁଲିସ

ନୂଆପଡ଼ାର ବିକାଶ ପାଇଁ ବିଜେପିରେ ଜୟ: କଳ୍ପନା

ଦୁଃଖର କଥା ହେଲା ଯେ, ସେହିମାନେ ଆଜି ଆମ ପରିବାରିକ ସଂପର୍କ ଉପରେ ଟିପ୍ପଣୀ ଦେଉଛନ୍ତି। ଯେଉଁ ବ୍ୟକ୍ତି ୨୪ ବର୍ଷ ସମୟରେ ଦେଇଥିଲେ, ତାଙ୍କର ପୁଅଙ୍କୁ ନେଇ ଅଙ୍ଗଳି ଉଠାଇବା ଶାଳୀନ ଅଥବା ସମ୍ବେଦନଶୀଳ ରାଜନୀତି ନୁହେଁ କି ବୋଲି କଳ୍ପନା ପ୍ରଶ୍ନ କରିଛନ୍ତି। ମୁଁ ଏଠାରେ ଗୋଟିଏ କଥା କହିବାକୁ ଚାହୁଁଛି, ଢୋଲକିଆଙ୍କୁ ନେଇ କହିବାର ପରିବାରର ଅଧିକାର ଅଛି। ଅନ୍ୟ କୌଣସି ଦଳର ନୁହେଁ। ବିଜେଡି ଦ୍ବାରା ଢୋଲକିଆଙ୍କ ଫଟୋ ନେଇ ପ୍ରଚାର କରିବାର ପରିବାର ପକ୍ଷରୁ ବିରୋଧ କରାଯାଉଛି। କୁହାଯାଉଛି ଯେ, ଜୟ ଅର୍ଥ ଓ ଟଙ୍କାର ଲାଭ ନେଇ ଦଳ ବଦଳାଇଛନ୍ତି। ଏହା ସଂପୂର୍ଣ୍ଣ ମିଛ। ନୂଆପଡ଼ାର ବିକାଶ ତୀବ୍ର ପାଇଁ ବିଜେପିରେ ଜୟ ଯୋଗ ଦେଇଛି। ସ୍ବର୍ଗତ ଢୋଲକିଆଙ୍କର ଏହା ସ୍ବପ୍ନ ଥିଲା।