ନିଜ ଉପରେ ଗୁଳି ଚଳାଇଲେ ସିଆରପିଏଫ୍‌ ଯବାନ

ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ଅନ୍ତର୍ଗତ ଭେରମଗଡ ଠାରେ ଅବସ୍ଥାପିତ ୧୯୯ ସିଆରପିଏଫ କ୍ୟାମ୍ପରେ ଆଜି ଜଣେ ଯବାନ ନିଜ ଉପରେ ଗୁଳି ଚଳାଇ ଜୀବନ ହାରିଛନ୍ତି।

Mkg Jawan

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ଅନ୍ତର୍ଗତ ଭେରମଗଡ ଠାରେ ଅବସ୍ଥାପିତ ୧୯୯ ସିଆରପିଏଫ କ୍ୟାମ୍ପରେ ଆଜି ଜଣେ ଯବାନ ନିଜ ଉପରେ ଗୁଳି ଚଳାଇ ଜୀବନ ହାରିଛନ୍ତି।

ଘଟଣା ଅନୁଯାୟୀ ସିଆରପିଏଫର ହେଡ କନେଷ୍ଟବଲ ପବନ କୁମାର ରେବାଡୀ ଟାବାର ମୋର୍ଚ୍ଚା ନମ୍ବର ୨ରେ ଡ୍ୟୁଟି କରୁଥିଲେ। ଡ୍ୟୁଟି ସମୟରେ ଅଚାନକ ଗୁଳି ଶଦ୍ଦ ଶୁଭିଥିଲା। ତୁରନ୍ତ ଯବାନ ପୋଜିସନ ନେଇଥିଲେ।କିନ୍ତୁ ପରେ ଜଣାପଡିଥିଲା ଯେ ହେଡ କନେଷ୍ଟବଲ ପବନ ନିଜକୁ ଗୁଳି କରିଛନ୍ତି।

ପବନ କୁମାର କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ହୁଏତ ପାରିବାରିକ କଳହ ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ତେବେ ତୁରନ୍ତ ପବନ କୁମାରଙ୍କୁ ଭେରମଗଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ।  ପବନ କୁମାର ହରିଆଣାର ବୋଲି ଜଣାପଡିଛି। ଭେରମଗଡ ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି। ମୃତ ଯବାନଙ୍କ ଶବକୁ ତାଂକ ପୈତୃକ ଗ୍ରାମକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe