Bus Driver Cruelty: ବର୍ବରତା ଏବଂ ଅମାନୁଷିକତାର ସବୁ ସୀମା ଟପିଲେ ବସ୍ ଚାଳକ

ପ୍ରଥମେ ଗାଡ଼ି ଚଢ଼ାଇ ଜୀବନ ନେଲେ, ପରେ ଗାଡ଼ି ପଛରେ ମୃତ dogକୁ ବାନ୍ଧି ଘୋଷାଡ଼ିଲେ। ଏଭଳି ବର୍ବର ଏବଂ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ଗାଁରେl

Untitled-10

cruelty of bus driver Photograph: (sambad.in)

ବାଂଶପାଳ: ବର୍ବରତା ଏବଂ ଅମାନୁଷିକତାର ସବୁ ସୀମା ଟପିଲେ। ପ୍ରଥମେ ଗାଡ଼ି ଚଢ଼ାଇ ଜୀବନ ନେଲେ, ପରେ ଗାଡ଼ି ପଛରେ ମୃତ କୁକୁରକୁ ବାନ୍ଧି ଘୋଷାଡ଼ିଲେ। ଏଭଳି ବର୍ବର ଏବଂ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ଗାଁରେl

ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍

ଆଜି କାଦକଳାରୁ କେନ୍ଦୁଝର ଯାଉଥିବା ଶୁଭମ୍ ନାମକ ଏକ ଘରୋଇ ବସ୍ ଚକା ତଳେ ଏକ କୁକୁର ମଡ଼ାଇ ଦେଇଥିଲା ବସ୍ ର ଡ଼୍ରାଇଭର୍। ଦୁଃଖର ବିଷୟ ଏହି ଯେ, ଏହି କୁକୁରର ମୃତ୍ୟୁ ପରେ ୪ ରୁ ୫ଟି ଛୁଆ ମାଛେଉଣ୍ଡ ହୋଇଗଲେ। ଗାଡ଼ି ଚକା ତଳେ କୁକୁରର ଜୀବନ ଚାଲିଗଲା ପରେ, ବର୍ବରତାର ସୀମା ଟପିଲେ ବସ୍ କର୍ମଚାରୀ। ମୃତ କୁକୁରକୁ ବସ୍ ପଛ ପଟେ ବାନ୍ଧି ଘୋଷାଡ଼ିଲେ, ଯାହାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏଭଳି ଦୃଶ୍ୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମନରେ ଗଭୀର ଦୁଃଖ ଆଣି ଦେଇଛି।

ଆହୁରି ପଢ଼ନ୍ତୁ:Fir Bjd Pranab Prakash Das: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଆଁରେ କୋମନା ଥାନାରେ ମାମଲା, ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ଅଭିଯୋଗ

ଆହୁରି ପଢ଼ନ୍ତୁ:Speech Union Minister Ashwini Vaishnav: ଓଡ଼ିଶାକୁ ଉନ୍ନତ ମାନର ଶିଳ୍ପ ଆସିବା ସ୍ବପ୍ନ ଏବେ ସଫଳ ହେଉଛି: କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe