ସିଏସଆଇଆର-ଆଇଏମଏମଟିର ଋଷିଆର ଗିରେଡମେଟ ସହ ଯୁଗ୍ମ ଘୋଷଣାନାମା ସ୍ୱାକ୍ଷରିତ

ଭୁବନେଶ୍ବରସ୍ଥିତ ସିଏସଆଇଆର-ଆଇଏମଏମଟି ପ୍ରତିଷ୍ଠାନ ଋଷିଆର ଜେଏସସି ଗିରେଡମେଟ ସହ ଦୁଇଟି ଯୁଗ୍ମ ଘୋଷଣାନାମା (ଜେଡିଆଇ) ସ୍ୱାକ୍ଷରିତ କରିଛି। ମସ୍କୋ ଭାରତୀୟ ଦୂତାବାସରେ ଏହି ବୁଝାମଣା ହୋଇଛି।

ଭୁବନେଶ୍ବର: ସିଏସଆଇଆର-ଆଇଏମଏମଟି ପ୍ରତିଷ୍ଠାନ ଋଷିଆର ଜେଏସସି ଗିରେଡମେଟ ସହ ଦୁଇଟି ଯୁଗ୍ମ ଘୋଷଣାନାମା (ଜେଡିଆଇ) ସ୍ୱାକ୍ଷରିତ କରିଛି। ଜେଏସସି ଗିରେଡମେଟ ବା ବିରଳ ମେଟାଲ ଶିଳ୍ପର ରାଜ୍ୟ ରିସର୍ଚ୍ଚ ଆଣ୍ଡ ଡିଜାଇନ ପ୍ରତିଷ୍ଠାନ ଓ ମସ୍କୋର ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟ ବା ଏମଆଇଏସଆଇଏସ ସହ ଏହି ଚୁକ୍ତିନାମା କରାଯାଇଛି। 

ଦୁଇଟି ଅଲଗା ଅଲଗା ଯୁଗ୍ମ ଘୋଷଣାନାମାରେ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡ, ରାମାନୁଜ ନାରାୟଣନ, ଜେଏସସି ରୋସାତମ ସାଇନ୍ସ କେମିକାଲ ଟେକ୍ନୋଲଜି ୟୁନିଟର ନିର୍ଦ୍ଦେଶକ ଡ. ଆନ୍ଦ୍ରେଇ ଆଇ ଗୋଲିନେଇ, ଏମଆଇଏସଆଇଏସ ଭାଇସ ରେକ୍ଟର ଡ. ମାଇକେଲ ଆର ଫିଲୋନୋଭ ସ୍ୱାକ୍ଷର କରିଛନ୍ତି।

ସିଏସଆଇଆର-ଆଇଏମଏମଟିର ମୁଖ୍ୟ ବୈଜ୍ଞାନିକ ଡ. କାଳୀ ସଞ୍ଜୟ, ବିଜ୍ଞାନ ଓ ଉଦଭାବନର ଡେପୁଟି ଡାଇରେକ୍ଟର ଡ. କନଷ୍ଟାନଟିନ ଭି ଆଇଭାନଭସ୍କିଖ, ଏମଆଇଏସଏସର ନିର୍ଦ୍ଦେଶକ ଡ. କରୋତଚେଙ୍କୋ ନାଟାଲିଆ, ଭାରତୀୟ ଦୂତାବାସର କାଉନସେଲର ଅନୁପ କୁମାର ଶ୍ରୀବାସ୍ତବ ପ୍ରମୁଖ ଏହି ଘୋଷଣାନାମା ସ୍ୱାକ୍ଷରିତ ହେବା ବେଳେ ଉପସ୍ଥିତ ରହିଥିଲେ।

ଗୁରୁବାର ଦିନ ମସ୍କୋ ଭାରତୀୟ ଦୂତାବାସରେ ସିଏସଆଇଆର-ଆଇଏମଏମଟି ଟିମ ପକ୍ଷରୁ ଏହାର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣନ ଓ ମୁଖ୍ୟ ବୈଜ୍ଞାନିକ ଡ. କାଳୀ ସଞ୍ଜୟ ଭାରତର ରାଷ୍ଟ୍ରଦୂତ ବିନୟ କୁମାରଙ୍କୁ ସାକ୍ଷାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କାଉନସେଲର ଅନୁପ କୁମାର ଶ୍ରୀବାସ୍ତବ ପରିଚାଳନା କରିଥିଲେ। ଆତ୍ମ ନିର୍ଭର ଭାରତ ଓ ବିକଶିତ ଭାରତ ପାଇଁ ବିରଳ ଖଣିଜ ପଦାର୍ଥର ଗୁରୁତ୍ୱ ରହିଥିବା କଥା କହି ଭାରତର ରାଷ୍ଟ୍ରଦୂତଙ୍କୁ ଏହି ଟିମ ନିଜ ଆସିବାର ଅଭିପ୍ରାୟ ଜଣାଇଥିଲେ।

 CSIR-IMMT

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe