କୁଡୁମି ଶିକ୍ଷା, ସାମାଜିକ ଓ ସଂସ୍କୃତି ଭବନ ଲୋକାର୍ପିତ

ଓଡିଶା କୁଡୁମି ସମାଜ ରାଇରଙ୍ଗପୁର ଆନୁକୂଲ୍ୟରେ ଗତ ରବିବାର ଦିନ କଲେଜ ଛକ ପାଖରେ କୁଡୁମି ଶିକ୍ଷା, ସାମାଜିକ ଓ ସଂସ୍କୃତି ଭବନ ଲୋକାର୍ପିତ (ଘାର ଉଳହାଇ) କାର୍ଯ୍ୟକ୍ରମ କୁଡୁମାଲି ପ୍ରଥା ଓ ପରମ୍ପରା ଅନୁଶାରେ ସମ୍ପନ୍ନ ହୋଇଯାଇଛି।

IMG-20250707-WA0054

ରାଇରଙ୍ଗପୁର: ଓଡିଶା କୁଡୁମି ସମାଜ ରାଇରଙ୍ଗପୁର ଆନୁକୂଲ୍ୟରେ ଗତ ରବିବାର ଦିନ କଲେଜ ଛକ ପାଖରେ କୁଡୁମି ଶିକ୍ଷା, ସାମାଜିକ ଓ ସଂସ୍କୃତି ଭବନ ଲୋକାର୍ପିତ (ଘାର ଉଳହାଇ) କାର୍ଯ୍ୟକ୍ରମ କୁଡୁମାଲି ପ୍ରଥା ଓ ପରମ୍ପରା ଅନୁଶାରେ ସମ୍ପନ୍ନ ହୋଇଯାଇଛି। ଏହି ସାମାଜିକ କାର୍ଯ୍ୟକ୍ରମ ଓଡ଼ିଶା କୁଡୁମି ସମାଜ, ରାଇରଙ୍ଗପୁର ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତ ଏବଂ କୋଷାଧକ୍ଷ ତଥା ସମାଜର ଦେହୁରୀ ପ୍ରଭାସ କୁମାର ମହାନ୍ତଙ୍କ ପ୍ରତୋକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

କୁଡୁମି ସମାଜର ପୂର୍ବପୁରୁଷଙ୍କ ଦ୍ୱାରା ପ୍ରଦର୍ଶିତ ଏହି କୁଡୁମାଲି ନେଗାଚରୀ ପ୍ରଥାକୁ ପୁନଃ ପ୍ରସ୍ଥାପନ କରିବାର ଉଦ୍ୟେଶ୍ୟ ନେଇ ଏହି କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରୀ କରାଯାଉଅଛି। କୁଡୁମି ସମାଜର ଲୋକଙ୍କୁ  ନିଜର ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ଓ ଜାଗୃତ କରିବା ଉଦ୍ୟେଶ୍ୟରେ ରାଇରଙ୍ଗପୁର ଓଡିଶା କୁଡୁମି ସମାଜ ବିଗତ ୨0୧୮ମସିହାରୁ ପ୍ରୟାସରତ। ଏବେ ଗାଁ ଗାଁରେ ପ୍ରାୟ କୁଡୁମି ବହୁଳ ଅଞ୍ଚଳରେ ଏହି ନେଗବିଧି ପରମ୍ପରାର ବ୍ୟାପକତା ବହୁଳ ମାତ୍ରାରେ ଆପଣାଉ ଥିବାର ପରିଲକ୍ଷିତ ହେଉଅଛି।

ଏହି କାର୍ଯ୍ୟକ୍ରମରେ ଓଡିଶା କୁଡୁମି ସମାଜର ଉପସଭାପତି ଜ୍ୟୋତିପ୍ରକାଶ ମହାନ୍ତ, ସହ ସମ୍ପାଦକ ମାନସ ରଞ୍ଜନ ମହାନ୍ତ, କ୍ଷୀତିଶ ଚନ୍ଦ୍ର ମହାନ୍ତ, ଆଇନ ପରାମର୍ଶ ଦାତା ବିଜୟ କୁମାର ମହାନ୍ତ, ପୂବର୍ତନ ରାଇରଙ୍ଗପୁର ବ୍ଲକ ଚେୟାରମ୍ୟାନ ଯଂଜ୍ଞଶ୍ୱରୀ ମହାନ୍ତ, ଉପଦେଷ୍ଟା ବିମଳ ମହାନ୍ତ, ଗଣେଶ୍ୱର ମହାନ୍ତ,ଜହରଲାଲ ମହାନ୍ତ, କୁଞ୍ଜ ବିହାରୀ ମହାନ୍ତ, ସୁବାସ ଚନ୍ଦ୍ର ମହାନ୍ତ, ଗୌରୀଶଙ୍କର ମହାନ୍ତ, ସନ୍ତୋଷ ମହାନ୍ତ, ଅଶୋକ ମହାନ୍ତ, ବିକାଶ ମହାନ୍ତ, ପ୍ରଦୀପ ମହାନ୍ତ,ଭବାନୀ ଶଙ୍କର ମହାନ୍ତ, ବାବୁରାମ ମହାନ୍ତ, ରହିନା ମହାନ୍ତ, ଦେବେନ୍ଦ୍ର ନାଥ ମହାନ୍ତ,ହରେକୃଷ୍ଣ ମହାନ୍ତ, ବରୁଣ ମହାନ୍ତ ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe