G Udayagiri road construction Photograph: (sambad.in)
ଘୁ.ଉଦୟଗିରି: ପୂର୍ତ୍ତ ବିଭାଗ ରାଜ୍ୟ ରାଜପଥରେ ପିଚୁ ଢ଼ଳେଇ କରୁଛି। ରାସ୍ତା ଚିକ୍ଣିଆ ହେବେ ବୋଲି ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ମଧ୍ୟ ଦେଖାଯାଉଛି। କିନ୍ତୁ ଦିନ ଦ୍ୱିପ୍ରହରରେ ଲୋକଙ୍କ ସମ୍ମୁଖରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ପିଚୁ ପଡ଼ିପଡ଼ି ଆଗକୁ ଯାଉଛି। ଏପଟେ ପିଚୁ ଉଠିଉଠି ଯାଉଛି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର କଳିଙ୍ଗା ଅଞ୍ଚଳରେ। ମୁଖ୍ୟ ସଡ଼କ ପିଚୁ ଢ଼ଳେଇ କାର୍ଯ୍ୟ ଅତି ନିମ୍ନମାନର ବୋଲି କୁହାଯାଉଛି।
କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର କଳିଙ୍ଗା ଅଞ୍ଚଳରେ ପୂର୍ତ୍ତ ବିଭାଗ ରାସ୍ତା କାମ କରୁଛି। ନନ୍ଦଗିରି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ କାମ ଜାରି ଥିବା ବେଳେ ପିଚୁ ଉଠିଉଠି ଯାଉଛି।
କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ସଡ଼କ ନନ୍ଦଗିରି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏହି ଦୃଶ୍ୟ ଦେଖି ରାସ୍ତାରେ ଯାତାୟତ କରୁଥିବା ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହା କିଭଳି କାର୍ଯ୍ୟ ବୋଲି ପ୍ରଶ୍ନ କରିବା ସହ ପୁର୍ତ୍ତ ବିଭାଗ ଅଧିକାରୀ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି। ଠିକାଦାର ନିଜ ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରୁଥିବା ବେଳେ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ରହିବା ସନ୍ଦେହ ସୃଷ୍ଟି କରିଛି। ଏହିଭଳି ନିମ୍ନମାନର କାର୍ଯ୍ୟ ତୁରନ୍ତ ବନ୍ଦ କରି ବିଭାଗୀୟ ତଦନ୍ତ ସହ ସଠିକ ଭାବେ ପିଚୁ ଢ଼ଳେଇ କାର୍ଯ୍ୟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Kandhamal
Follow Us