ଜବରଦଖଲ ଉଚ୍ଛେଦ ପାଇଁ କାଲି ଯାଏ ଲାଗିଲା କର୍ଫ୍ୟୁ

Advertisment

ବାଲେଶ୍ବର ସହର ଅନ୍ତର୍ଗତ ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାର ବିଭିନ୍ନ ସ୍ଥାନରେ ରହିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପାଇଁ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ବାଲେଶ୍ବର ତରଫରୁ ଜରୁରୀକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି।

ବାଲେଶ୍ବର ସହର ଅନ୍ତର୍ଗତ ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାର ବିଭିନ୍ନ ସ୍ଥାନରେ ରହିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପାଇଁ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ବାଲେଶ୍ବର ତରଫରୁ ଜରୁରୀକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି।

ସହଦେବଖୁଣ୍ଟାରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର: ବାଲେଶ୍ବର ସହର ଅନ୍ତର୍ଗତ ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାର ବିଭିନ୍ନ ସ୍ଥାନରେ ରହିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପାଇଁ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ବାଲେଶ୍ବର ତରଫରୁ ଜରୁରୀକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି। ୧୧ ତାରିଖ(ଶନିବାର) ଭୋର୍‌ ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଏବଂ ୧୨ ତାରିଖ(ରବିବାର) ଭୋର୍‌ ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। 

ଏହି ଅବଧି ମଧ୍ୟରେ ଅରଡ଼ବଜାର ଠାରୁ ପରିବା ମାର୍କେଟ୍‌, ହରିପୁର ଛକଠାରୁ ଦର୍ଜିପୋଖରୀ ଛକ, କସିମିଳା ପୋଲଠାରୁ ଫୁଲାଡ଼ିଛକ ସହିତ ନୂଆବଜାର ରେଲୱେ ଫାଟକରୁ ଗୋଳାପୋଲ ଓ ନୂଆବଜାର ପରିବା ମାର୍କେଟ୍‌ର ଉଭୟପାର୍ଶ୍ବ ରାସ୍ତାରେ ରହିଥିବା ଜବରଦଖଲ ଉଚ୍ଛେଦ କରାଯିବ। କର୍ଫ୍ୟୁ ବଳବତ୍ତର ଥିବା ଅଞ୍ଚଳରେ ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, ସଭା ଓ ଶୋଭାଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁକରାଯାଇଛି।

ଏହି ଅବଧି ମଧ୍ୟରେ ଅରଡ଼ବଜାର ଠାରୁ ପରିବା ମାର୍କେଟ୍‌, ହରିପୁର ଛକଠାରୁ ଦର୍ଜିପୋଖରୀ ଛକ, କସିମିଳା ପୋଲଠାରୁ ଫୁଲାଡ଼ିଛକ ସହିତ ନୂଆବଜାର ରେଲୱେ ଫାଟକରୁ ଗୋଳାପୋଲ ଓ ନୂଆବଜାର ପରିବା ମାର୍କେଟ୍‌ର ଉଭୟପାର୍ଶ୍ବ ରାସ୍ତାରେ ରହିଥିବା ଜବରଦଖଲ ଉଚ୍ଛେଦ କରାଯିବ। କର୍ଫ୍ୟୁ ବଳବତ୍ତର ଥିବା ଅଞ୍ଚଳରେ ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, ସଭା ଓ ଶୋଭାଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁକରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe