ଭଦ୍ରକରେ ସାଇବର ଠକେଇ: ଜଳଖିଆ ଦୋକାନୀ ହରାଇଲେ ୯୦ ହଜାର ଟଙ୍କା

Advertisment

ଭଦ୍ରକର ଜଣେ ଜଳଖିଆ ଦୋକାନୀ ସାଇବର ଠକାମୀରେ ଶିକାର ହୋଇଛନ୍ତି। ନିଜକୁ ସେନାର ଅଧିକାରୀ ନାଁରେ ପରିଚୟ ଦେଇ ମିଲ ଅର୍ଡର ଦେବା ଆଳରେ ସାଇବର ଠକ ଭିଡିଓ କଲ ମାଧ୍ୟମରେ ଦୋକାନୀଙ୍କ ସହିତ କଥାହୋଇ ମିଲ ବାବଦରେ ମୂଲଚାଲ କରି ୧୦ ଟଙ୍କା ଫୋନରେ ପଠାଇଲେ।

cyber

ଭଦ୍ରକ: ଭଦ୍ରକର ଜଣେ ଜଳଖିଆ ଦୋକାନୀ ସାଇବର ଠକାମୀରେ ଶିକାର ହୋଇଛନ୍ତି। ନିଜକୁ ସେନାର ଅଧିକାରୀ ନାଁରେ ପରିଚୟ ଦେଇ ମିଲ ଅର୍ଡର ଦେବା ଆଳରେ ସାଇବର ଠକ ଭିଡିଓ କଲ ମାଧ୍ୟମରେ ଦୋକାନୀଙ୍କ ସହିତ କଥାହୋଇ ମିଲ ବାବଦରେ ମୂଲଚାଲ କରି ୧୦ ଟଙ୍କା ଫୋନରେ ପଠାଇଲେ।

ଏହାପରେ ଟଙ୍କା ଯାଇଛି କି ନାହିଁ ପଚାରି ବୁଝିଲା ପରେ ଦୋକାନୀକୁ କହିଲେ ୨୦ ଟଙ୍କା ପଠାଇବାକୁ। ଦୋକାନୀ ଜଣକ ଭିଡିଓ କଲ ମାଧ୍ୟମରେ କଥା ହବା ସମୟରେ ୨୦ ଟଙ୍କା ଦେବା ବେଳେ ନିଜର ପିନ କୋର୍ଡ ଫୋନରେ ଲିପିବଦ୍ଧ କରିଥିଲେ। 

ଏହାର ଠିକ ୧୭ ସେକେଣ୍ଡ ମଧ୍ଯରେ ୭ ଥର ମଧ୍ୟରେ ପାଖାପାଖି ୯୦ ହଜାର ଟଙ୍କା ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ କଟି ଯାଇଥିଲା। ଆକାଉଣ୍ଟରୁ ଟଙ୍କା କଟିବା ମେସେଜ ଦେଖି ଦୋକାନୀ ଜଣକ ବ୍ୟାଙ୍କକୁ ଯାଇ ଏହାକୁ ବ୍ଲକ କରିବା ସହିତ ଟାଉନ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ଟାଉନ ଥାନା ଅଭିଯୋଗକୁ ଗ୍ରହଣ ନକରି ସାଇବର ସେଲରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲା। କିନ୍ତୁ ଯେଉଁ ଫୋନ ନମ୍ବର ଦେଇଥିଲେ ତାହା ଲାଗୁ ନଥିବା ଦୋକାନୀ ଅଭିଯୋଗ କରିଛନ୍ତି।

Crime | Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe