ଭୁବନେଶ୍ବର: ବାତ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବାତ୍ୟା ପରେ ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ ହେବ | ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି| କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ | ୭୨ ଘଣ୍ଟା ରେ ଦେବେ ରିପୋର୍ଟ | ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ କର୍ମଚାରୀଙ୍କୁ ଅଣାଯିବ | ବହୁ ଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି | ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତିପୂରଣ ଦିଆଯିବ | ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରୀ | ଅନଲାଇନରେ ତୁରନ୍ତ ଦିଆଯିବ କ୍ଷତିପୂରଣ |

Advertisment

୩୧ ତାରିଖ ଯାଏଁ ସତର୍କ ରହିବାକୁ ପଡ଼ିବ

ସୁରେଶ ପୂଜାରୀ ଆହୁରି କହିଛନ୍ତି, ୩୧ ତାରିଖ ଯାଏଁ ସତର୍କ ରହିବାକୁ ପଡ଼ିବ | ଆସନ୍ତାକାଲି କିଛି ଜାଗାରେ ବର୍ଷା ଅଛି | ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକରେ ସର୍ବାଧିବ ୧୫୦ ମିଲିମିଟର ବର୍ଷା ହୋଇଛି | ୫୬ଟା ବ୍ଲକରେ ୫୦ରୁ ୧୦୦ ମିଲିମିଟର ବର୍ଷା ହୋଇଛି | ୧୬୧ଟି ଟିମ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଥିଲେ | ୨୧୬୪ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୧୯ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା | ୨୧୮୯  ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା | ନିରବଛିନ୍ନ ବିଦ୍ୟୁତ ସେବା ଆହ୍ୱାନ ଥିଲା | ନିରବଛିନ୍ନ ହୋଇଥିବା ବିଦ୍ୟୁତ ସେବା ସଂଯୋଗ ସରିଲାଣି| ଗଛ କାଟି ରାସ୍ତା ସଫା କରାଯାଇଛି | ୩୩ଟି ବ୍ଲକ ଓ ୧୧ଟି ସହରାଞ୍ଚଳ ପ୍ରଭାବିତ ହୋଇଛି |  ୩୬୨ଟି ଜାଗାରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି | ଅକ୍ଟୋବର ୨୯ ଆଜିର ଦିନରେ ୧୯୯୯ ମସିହାରେ ମହାବାତ୍ୟା ଆସିଥିଲା | ଆଇଏମ୍‌ଡିର ପୂର୍ବ ଆକଳନ ସଂଯୋଗ ବଶତଃ ବାତ୍ୟା ମନ୍ଥା ୨୯ ତାରିଖରେ ହେବାର ଥିଲା | ସାମ୍ଭାବ୍ୟ ବାତ୍ୟାରୁ ଓଡ଼ିଶା ରକ୍ଷା ପାଇଛି | ବାତ୍ୟା ଦିଗ ପରିବର୍ତ୍ତନ କଲା ଓଡ଼ିଶାର ସୀମା ଛୁଇଁ ଝାଡ଼ଖଣ୍ଡ ଗଲା।

Cyclone Montha | Suresh Pujari 

ଆହୁରି ପଢ଼ନ୍ତୁ: Goods Train Derailed: ବାନୋ ଏବଂ କନରାୱା ଷ୍ଟେସନ ମଧ୍ୟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ

 ଆହୁରି ପଢ଼ନ୍ତୁ: ବର୍ତ୍ତିଗଲା ଓଡ଼ିଶା: ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ‘ମୋନ୍ଥା’