କେନ୍ଦୁଝର: କେନ୍ଦୁଝର ସଦର ଥାନାର ବାୟାପଣ୍ଡାଧାରରେ ସଶସ୍ତ୍ର ଡକାୟତି  ହୋଇଛି l ଗତକାଲି ବିଳମ୍ବିତ ରାତିରେ ଆଠ ଜଣ ମୁଖା ପିନ୍ଧା ଡକାୟତ ସଂଗ୍ରାମ କେଶରୀ ନାଏକଙ୍କୁ ପାଣି ମାଗିବା ବାହାନାରେ ଘରେ ପଶି ବନ୍ଧୁକ ମୁନରେ ଲୁଟି ନେଲେ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ଓ ୧୧ ଲକ୍ଷ ଟଙ୍କାର ସୁନା ଗହଣା |

Advertisment

ଡକାୟତମାନଙ୍କ ମଧ୍ୟରୁ ୭ ଜଣ ମୁଖା ପିନ୍ଧିଥିଲେ

ସଂଗ୍ରାମଙ୍କ କହିବା ଅନୁସାରେ ଡକାୟତମାନେ ପ୍ରଥମେ ଜଣେ ବ୍ୟକ୍ତିକୁ ଟେକି ଟେକି ଆଣି ଦୁର୍ଘଟଣା ଘଟିଯାଇଛି ଟିକେ ପାଣି ଦିଅ କହି ଡ୍ରାମା କରିଥିଲେ। ଘର ଲୋକେ ପାଣି ଦେବାକୁ କବାଟ ଖୋଲିବା ମାତ୍ର ଆଠ ଜଣ ମୁଖା ପିନ୍ଧା ଡକାୟତ ତୁରନ୍ତ ଘର ଭିତରେ ପଶି ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ସବୁ ଛଡାଇ ନେବା ସହ ସମସ୍ତଙ୍କୁ ଗୋଟେ ଘରେ ପୁରାଇ କାବାଟ ବନ୍ଦ କରି ଦେଇଥିଲେ I ଏହା ପରେ ପୁରା ଘରର ଅଲମାରି , ଖଟର ବକ୍ସ ଓ ବ୍ୟାଗ ଆଦି ଖୋଲି ତନ୍ନ ତନ୍ନ କରି ଖୋଜି ସମସ୍ତ ଟଙ୍କା ପଇସା ଓ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ। ଡକାୟତମାନଙ୍କ ମଧ୍ୟରୁ ୭ ଜଣ ମୁଖା ପିନ୍ଧିଥିଲେ ଓ ଜଣେ ମୁଖା ପିନ୍ଧି ନ ଥିଲା ଓ ସମସ୍ତଙ୍କ ହାତରେ ବନ୍ଧୁକ ଥିବା ସଂଗ୍ରାମ କହିଛନ୍ତି। ତୁରନ୍ତ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: Rath Yatra: ଦଶପଲ୍ଲା ଜଙ୍ଗଲରୁ ମିଳୁନି ଆବଶ୍ୟକ ରଥକାଠ, ଯେତିକି କଟାଯାଉଛି ସେତିକି ଲଗାଯାଉନି