ତାଳଚେର: ତାଳଚେର ଲିଙ୍କ ସାଉଥବଲଣ୍ଡା ଷ୍ଟେସନ୍ରୁ ଡକାୟତି ଉଦ୍ୟମ ହୋଇଛି। ଡକାୟତମାନେ ଷ୍ଟେସନ୍ର ୫ ଜଣ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୨୫ ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
ଲୁହାଛଡ଼ରେ ପିଟି ଭାଙ୍ଗିଦେଲେ ବାଇକ୍
ସୂଚନା ଅନୁଯାୟୀ ପ୍ରାୟ ୧୫ ଜଣ ଦୁର୍ବୃତ୍ତ ତାଳଚେର ଲିଙ୍କ୍ ସାଉଥ୍ବଲଣ୍ଡା ଷ୍ଟେସନକୁ ଯାଇଥିଲେ। ସେଠାରେ ଥିବା କିଛି ସାମଗ୍ରୀକୁ ଚୋରି କରିବାକୁ ଉଦ୍ୟମ କରିଥିଲେ। ଏହାକୁ ଷ୍ଟେସନ୍ ପରିଚାଳକ ସୌମ୍ୟ ରଂଜନ ବିଶ୍ବାଳ, ଅମିତ କୁମାର ଭଗତ ବିରୋଧ କରିଥିଲେ। ଏଥିରେ କିଛି ଦୁର୍ବୃତ୍ତ ଉଭୟଙ୍କୁ ମାଡ଼ ମାରିଥିଲେ। ପାଟିତୁଣ୍ଡ ଶୁଣି ଅନ୍ୟ କର୍ମଚାରୀ ତଥା ସାଗର ପ୍ରଧାନ, ଯଶୋବନ୍ତ କୁମାର, ଶରତ କୁମାର ଓ ପ୍ରତାପ କୁମାର ପରିଡ଼ା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ମାଡ଼ ମାରିବା ସହିତ ଷ୍ଟେସନ୍ କାର୍ଯ୍ୟାଳୟ ଭିତରୁ ୨ଟି ଟ୍ରେନ୍ ଏଲ୍ଇଡି ଅପରରେଟିଂ ପ୍ୟାନେଲ (ଭିଡ଼ିୟୁ) ଭାଙ୍ଗି ଦେବା ସହିତ ଷ୍ଟେସନ୍ର ହଟ୍ଲାଇନ୍ ଫୋନ୍ ସହିତ ଅଟୋ ଫୋନ୍କୁ ଲୁଟି ନେଇଥିଲେ। ପରେ ସେମାନେ ୫ ରେଲ୍ୱେ କର୍ମଚାରୀଙ୍କ ମୋବାଇଲ ଫୋନ୍ ମଧ୍ୟ ନେଇ ଯାଇଥିଲେ। ଏଥି ସହିତ ଉକ୍ତ କର୍ମଚାରୀଙ୍କ ବାଇକ୍କୁ ଲୁହାଛଡ଼ରେ ପିଟି ଭାଙ୍ଗି ଦେଇଥିଲେ।
Odisha Bandh Tomorrow ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା ୨୮ରେ, ବିଜେଡି ଓ କଂଗ୍ରେସର ସମର୍ଥନ
ଫଳରେ ତାଳଚେର ଲିଙ୍କ ସାଉଥବଲଣ୍ଡା ଷ୍ଟେସନ୍ରୁ ସମସ୍ତ ଖଣି ଭିତରକୁ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଖବରପାଇ ରେଲ୍ୱେ ବିଭାଗ ୨ଟି ଭିଡିୟୁ ଲାଗଇବା ଦ୍ବାରା ଖଣି ଭିତରକୁ ଯାଇଥିବା ରାସ୍ତାକୁ ସିଗନାଲ୍ ମିଳିଥିଲା ଓ ଟ୍ରେନ୍ ଚଳାଚଳ ହୋଇଥିଲା। ଏ ନେଇ ରେଳ ବିଭାଗର ସତ୍ୟଜିତ ଭୁତିଆ କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ୍ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/27/untitled-2026-01-27-15-10-08.jpeg)