ବ୍ରହ୍ମପୁର: ରାଜ୍ୟରେ ଧାନକିଣାରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆସନ୍ତାକାଲି (୨୮ତାରିଖ) ଦିନ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଗତ କିଛି ମାସ ଧରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ରାଜ୍ୟବ୍ୟାପୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଜାରି ରହିଛି।
ସ୍ବର ଉତ୍ତୋଳନ କରିଆସିଛି କଂଗ୍ରେସ
ସଂପ୍ରତି ରାଜ୍ୟରେ ଧାନକିଣାରେ ମଣ୍ଡିଗୁଡ଼ିକରେ ହୋଇଥିବା ଚରମ ଅବ୍ୟବସ୍ଥା, ୧୫୦ କୁଇଣ୍ଟାଲରୁ ଅଧିକ ଧାନବିକା ବେଳେ ଇନ୍ଫୁଟ୍ ସବ୍ସିଡିକୁ ରାଜ୍ୟ ସରକାର ବନ୍ଦ କରିଦେବା ଭଳି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଚାଷୀ ସମାବେଶର ଆୟୋଜନ କରାଯାଇଛି। ବିଜୁଳିକୁ ନେଇ ସରକାର, ଓଇଆର୍ସି, ଟାଟାପାୱାର ମନମାନି ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ପଲ୍ୟୁସନ୍କୁ ନେଇ ରାଜ୍ୟବାସୀ ଯେଭଳି ତଣ୍ଡ ଗଣୁଛନ୍ତି ତା’ ବିରୋଧରେ ବି କଂଗ୍ରେସ ସ୍ବର ଉତ୍ତୋଳନ କରିଆସିଛି।
ଆହୁରି ପଢ଼ନ୍ତୁ: Accident One Critical ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଓଲଟିଲା କଳାକାର ଗାଡ଼ି, ଜଣେ ଗୁରୁତର
ଏହି ସମସ୍ତ ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିବା ସହ ରାଜ୍ୟ ସଭାପତି ସମସ୍ତ ଜିଲ୍ଲା ସଭାପତିଙ୍କୁ ବନ୍ଦ ଘୋଷଣାକୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିର ବନ୍ଦ ଡାକରାକୁ ସମସ୍ତ କଂଗ୍ରେସ କର୍ମୀ ସହଯୋଗ କରିବାକୁ ନିବେଦନ କରାଯାଇଥିବା ଦଳ ପକ୍ଷରୁ ମିଡ଼ିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ପ୍ରେସ୍ ବିବୃତିରେ କହିଛନ୍ତି। ଏଣେ ବିଜେଡି ଓଡ଼ିଶା ବନ୍ଦ ଡାକରାକୁ ନୈତିକ ସମର୍ଥନ ଦେବ ବୋଲି ମୁଖପାତ୍ର ଲେନିନ ମହାନ୍ତି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/27/untitled-2026-01-27-14-26-42.jpeg)