ଝରିଗାଁ/ଚନ୍ଦାହାଣ୍ଡି: ଆଜି ସକାଳ ପ୍ରାୟ ୭ଟା ସମୟରେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ କଳାକାରମାନେ ଯାଉଥିବା ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ସୂଚନା ମିଳିଛି। ଗାଡ଼ିରେ ବସିଥିବା ୮ ଜଣ କଳାକାର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା ରହିଛି। ଗାଡ଼ିଟି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି।
ସୂଚନା ପ୍ରକାରେ ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାର କଳାକାରମାନଙ୍କୁ ନେଇ ମା ମଙ୍ଗଳା ଧନୁଯାତ୍ରା ପାର୍ଟି ଗତ ୨୨ ତାରିଖ ଦିନ ନବରଙ୍ଗପୁର ଜିଲ୍ଳା ରାଇଘର ବ୍ଲକ ମୁଣ୍ଡିଗୁଡ଼ା ଯାତ୍ରା ଉତ୍ସବରେ ଧନୁଯାତ୍ରା ପରିବେଷଣ କରିବା ପାଇଁ ଯାଇଥିଲେ। ଆଜି ଭୋର ସକାଳୁ ମୁଣ୍ଡିଗୁଡ଼ାରେ ଯାତ୍ରା ସାରି ଫେରୁଥିବା ବେଳେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ବ୍ରେକ୍ ଫେଲ୍ ହୋଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣା ପରେ ଗାଡ଼ିରେ ବସିଥିବା ୮ ଜଣ କଳାକାର ଛିଟିକି ହୋଇ ରାସ୍ତା ଉପରେ ପଡ଼ିଥିଲେ।
ଆହୁରି ପଢ଼ନ୍ତୁ: Husband Attacks Wife ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: ସ୍ତ୍ରୀକୁ କଟୁରିରେ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ, ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର
ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣା ଦେଖି ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଜଣେ ଗୁରୁତର ଥିବା ଯୋଗୁଁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/27/untitled-2026-01-27-11-57-51.png)