ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମରେ ଅଭାବନୀୟ ଘଟଣା l ସ୍ତ୍ରୀକୁ କଟୁରିରେ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ l ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ l
ଫେରାର ହୋଇଯାଇଥିଲେ ପ୍ରତାପ
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ପାରିବାରିକ କଳହ ଯୋଗୁଁ ସ୍ୱାମୀ ପ୍ରତାପ ମଳିକ ରାଗିଯାଇ ଏକ କଟୁରିରେ ସ୍ତ୍ରୀ ଭାରତୀଙ୍କୁ ମୁଣ୍ଡରେ ଆକ୍ରମଣ କରିଥିଲା l ପାଖ ପଡ଼ୋଶୀଙ୍କ ସହାୟତାରେ ଗୁରୁତର ଭାରତୀଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି l ପ୍ରତାପ ସ୍ତ୍ରୀଙ୍କୁ ଆକ୍ରମଣ କରି କାଲି ଫେରାର ହୋଇଯାଇଥିଲେ l
ଆହୁରି ପଢ଼ନ୍ତୁ: Accident 2 Young Men Death କାର ଧକ୍କାରେ ଚାଲିଗଲା ଦୁଇ ବାଇକ ଆରୋହୀଙ୍କର ଜୀବନ
ଆଜି ସକାଳୁ ଗ୍ରାମବାସୀ ଏକ ପୋଖରୀ ନିକଟରେ ଚେତାଶୁନ୍ୟ ଅବସ୍ଥାରେ ପ୍ରତାପଙ୍କୁ ଦେଖିବାକୁ ପାଇଥିଲେ l ତାଙ୍କ ପାଖରେ ଏକ ବିଷ ବୋତଲ ଓ ରକ୍ତାକ୍ତ କଟୁରି ଉଦ୍ଧାର କରିଥିଲେ l ପ୍ରତାପ ମଧ୍ୟ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/27/unti-2026-01-27-12-10-17.png)