ବନବିଭାଗ ପକ୍ଷରୁ ଆରମ୍ଭ ହେଲା ଦୈନିକ ଦହି ସର୍ବତ ବଣ୍ଟନ

ମୟୂରଭଞ୍ଜ ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପକୁ ଉପଶମ କରିବା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେତନଟୀ ବନବିଭାଗ ତରଫରୁ ବୈଶିଙ୍ଗା କାର୍ଯ୍ୟାଳୟ ସମ୍ମୁଖରେ ଜଳଛତ୍ର ଉଦଘାଟିତ ହୋଇଯାଇଛି।

Forest department

Forest department Photograph: (sambad.in)

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପକୁ ଉପଶମ କରିବା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେତନଟୀ ବନବିଭାଗ ତରଫରୁ ବୈଶିଙ୍ଗା କାର୍ଯ୍ୟାଳୟ ସମ୍ମୁଖରେ ଜଳଛତ୍ର ଉଦଘାଟିତ ହୋଇଯାଇଛି। ବେତନଟୀ ରେଞ୍ଜର ମନୁୱାର ଖାନ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ବୈଶିଙ୍ଗା ବନରକ୍ଷୀ ଉତ୍ତମ ଦାସ ଏହାକୁ ପରିଚାଳନା କରିବା ସହିତ ଏକମାସ ଧରି ଦୈନିକ ଥଣ୍ଡାପାନୀୟ ଜଳ ଏବଂ ଦହି, ପୁଦିନା, ଆମ୍ବ ଅଦା ମିଶ୍ରିତ ସରବତ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ଜୟନ୍ତୀ ପାତ୍ର ସସ୍ମିତା ଶତପଥୀ, ପ୍ରିୟଙ୍କା ସାହୁ, ଯୁବ ସାମ୍ବାଦିକ ସତ୍ୟପ୍ରକାଶ ପ୍ରଧାନ, ଅବିନାଶ ପଣ୍ଡା ଓ ଯୁବନେତା ଶାନ୍ତନୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେl ଆଜିର ଏହି ଦହି ସରବତ କାର୍ଯ୍ୟକ୍ରମରେ ଅତି କମରେ ୫ଶହରୁ ଊର୍ଦ୍ଧ୍ବ ବ୍ୟକ୍ତି ସରବତ ପିଇବା ସହିତ ଏପରି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe