ଅଗଷ୍ଟ ୨୮ରେ ନୂଆଖାଇ: ପଣ୍ଡିତ ମହାସଭାରେ ଧାର୍ଯ୍ୟ ହେଲା ଲଗ୍ନ

ପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦୋତ୍ସବ ତିଥିରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତୁଳା ଲଗ୍ନରେ ଅଗଷ୍ଟ ୨୮ରେ ନୂଆଖାଇ ପାଳନ ହେବ।

Nuakhai

ସମ୍ବଲପୁର: ପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦୋତ୍ସବ ତିଥିରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତୁଳା ଲଗ୍ନରେ ଅଗଷ୍ଟ ୨୮ (ଗୁରୁବାର) ପୂର୍ବାହ୍ଣ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମ‌ନ୍ନେ ଲଗ୍ନଧାର୍ଯ୍ୟ କରାଯାଇଛି।

ରାଜା ରାଜୁଡ଼ା ଅମଳରୁ ଚାଲିଆସୁଥିବା ପରମ୍ପରା ଅନୁସାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶନିବାର ପଣ୍ଡିତମାନଙ୍କୁ ଲଗ୍ନ ନିର୍ଦ୍ଧାରଣ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା। ମହାପ୍ରଭୁ ଜଗନ୍ନାଥଙ୍କଠାରେ ପୂଜକ ସନ୍ତୋଷ ପଣ୍ଡା ଓ କୈଳାସ ପଣ୍ଡାଙ୍କ ପୂଜାର୍ଚ୍ଚନା ପରେ ପଣ୍ଡିତମଣ୍ଡଳୀଙ୍କ ଦ୍ବାରା ଲଗ୍ନ ବାହାର କରାଯାଇଥିଲା।

ରାଜା ରାଜୁଡ଼ା ଅମଳରୁ ଚାଲିଆସୁଥିବା ପରମ୍ପରା ଅନୁସାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶନିବାର ପଣ୍ଡିତମାନଙ୍କୁ ଲଗ୍ନ ନିର୍ଦ୍ଧାରଣ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା।

ମହାପ୍ରଭୁ ଜଗନ୍ନାଥଙ୍କଠାରେ ପୂଜକଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ପଣ୍ଡିତ ମହେଶ୍ବର ନାୟକ, ସୁଧାଂଶୁ ଶେଖର ପାଣିଗ୍ରାହୀ, ଅକ୍ଷୟ ପୁରୋହିତ, ବଂଶୀଧର ଶତପଥୀ, ଗିରିଜା ଶଙ୍କର ପଣ୍ଡା, ଝସକେତନ ହୋତା, ରବିନାରାୟଣ ପଣ୍ଡା, ସଚ୍ଚିଦାନନ୍ଦ ମିଶ୍ର, ପ୍ରଭାକର ତ୍ରିପାଠୀ, ଶଶାଙ୍କ ଶେଖର ମିଶ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ରାକେଶ ମିଶ୍ର, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ବୁଲୁ ପାଢ଼ୀ, ବିନୀତ ପାଣ୍ଡେ, ମନବୋଧ ପାଢ଼ୀ, ଉତ୍ତମ ରଥ, ଜିତେନ୍ଦ୍ର ନନ୍ଦ, ଆଶୁତୋଷ ପାଣିଗ୍ରାହୀ ଓ ଗୋପୀନାଥ ପଣ୍ଡା ପ୍ରମୁଖ ପଣ୍ଡିତମଣ୍ଡଳୀ ଦ୍ବାରା ଲଗ୍ନ ଧାର୍ଯ୍ୟ ହୋଇଥିଲା।

ଏହା ପରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟର ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ପ୍ରାଣରଞ୍ଜନ ପଣ୍ଡା, ପାର୍ଥସାରଥି ମିଶ୍ର, ଅମରନାଥ ସୂପକାର, ଶ୍ରୀମନ୍ତ ମିଶ୍ର, ସଞ୍ଜୟ ମିଶ୍ର, ମନୋଜ ମିଶ୍ର, ସ୍ଵଭେନ୍ଦ୍ର ପଣ୍ଡା, ମିଲୁ ପାଣିଗ୍ରାହୀ ଓ ଅଭିଷେକ ମିଶ୍ର ପ୍ରମୁଖ ମା’ ସମଲେଶ୍ବରୀ ମନ୍ଦିରକୁ ଯାଇ ମା’ ସମେଲଶ୍ବରୀଙ୍କ ନିକଟରେ ଲଗ୍ନ ସମର୍ପଣ କରିଥିଲେ। ଏହି ଅବସରରେ ସମଲେଶ୍ବରୀ ମନ୍ଦିରର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ, ସଦସ୍ୟ ପ୍ରଫୁଲ୍ଲ ହୋତା, ମୁଖ୍ୟ ପୂଜକ ଅମ୍ବିକା ରାୟ, ପୂଜକ ପ୍ରତାପ ରାୟ, କ୍ରିଷ୍ଣା ରାୟ ଉପସ୍ଥିତ ଥିଲେ।

Nuakhai

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe