ଦାନଗଦୀରେ ଅଭାବନୀୟ ଘଟଣା: ମାଟି ଅତଡ଼ା ଖସି ଝିଅ ମୃତ, ବାପା ଗୁରୁତର

ରେଙ୍ଗାଲି କେନାଲର ମାଟି ଅତଡ଼ା ଖସି ଝିଅ ମୃତ ଓ ବାପା ଗୁରୁତର। କଳିଙ୍ଗ ନଗର ଥାନା ଅନ୍ତର୍ଗତ ନଡିଆଭଙ୍ଗା ପଞ୍ଚାୟତର ବାମ ପାର୍ଶ୍ଵ ରେଙ୍ଗାଲି କେନାଲର କାର୍ଯ୍ୟ ଚାଲୁଥିବା ବେଳେ ଆଜି ସକାଳ ସମୟରେ ଅତର୍କିତ ମାଟି ଅତଡ଼ା ଖସି ବାପା ଓ ଝିଅ ପୋତି ହୋଇଯାଇଥିଲେ।

sukinda chc

ଦାନଗଦୀ: ରେଙ୍ଗାଲି କେନାଲ ମାଟି ଅତଡ଼ା ଖସି ଝିଅ ମୃତ ଓ ବାପା ଗୁରୁତର। କଳିଙ୍ଗ ନଗର ଥାନା ଅନ୍ତର୍ଗତ ନଡିଆଭଙ୍ଗା ପଞ୍ଚାୟତର ବାମ ପାର୍ଶ୍ଵ ରେଙ୍ଗାଲି କେନାଲର କାର୍ଯ୍ୟ ଚାଲୁଥିବା ବେଳେ ଆଜି ସକାଳ ସମୟରେ ଅତର୍କିତ ମାଟି ଅତଡ଼ା ଖସି ବାପା ଓ ଝିଅ ପୋତି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇଁ ସଙ୍ଗେ ସଙ୍ଗେ ଦମକଳ ବାହିନୀ ଓ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ବାପାଙ୍କୁ ଉଦ୍ଧାର କରି ସୁକିନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଝିଅ ବର୍ତ୍ତମାନ ମାଟି ଅତଡ଼ା ଭିତରୁ ବାହାରିଲା ପରେ ମୃତ୍ୟୁ ହୋଇଯାଇଛି ।

ସକାଳୁ ଶୌଚ ହେବା ପାଇଁ ବାପା ଓ ଝିଅ ଯାଉଥିବା ବେଳେ ହଠାତ ମାଟି ଅତଡ଼ା ଖସିଥିଲା। ବାପାଙ୍କୁ ଉଦ୍ଧାର କରାଯାଇ ସୁକିନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ବେଳେ ଝିଅ ମାଟି ଅତଡ଼ା ଭିତରୁ ବାହାରିଲା ପରେ ତାର ମୃତ୍ୟୁ ହୋଇଯାଇଛି।

ବାପ ଝିଅ ଦୁଇ ଜଣ ହେଲେ ନଡ଼ିଆ ଭଙ୍ଗା ପଞ୍ଚାୟତର ବାଉଁଶନଳୀ ଗ୍ରାମର ଈଶ୍ୱର ମୁଣ୍ଡା ଓ ତାଙ୍କ ଝିଅ ଗୀତା ମୁଣ୍ଡା (୮)।  ସୂଚନା ଅନୁଯାୟୀ, ସକାଳୁ ଶୌଚ ହେବା ପାଇଁ ବାପା ଓ ଝିଅ ଯାଉଥିବା ବେଳେ ହଠାତ ମାଟି ଅତଡ଼ା ଖସି ଯାଇଥିଲା। ରେଙ୍ଗାଲି କେନାଲ କାମ କରୁଥିବା ରାଇଟ ଟ୍ରାଙ୍ଗେଲ କମ୍ପାନିର ମନମୁଖୀ କାର୍ଯ୍ୟ ପାଇଁ ଗାଁକୁ ଲାଗିଥିବା ରାସ୍ତା ଖୋଳା ଯାଇଥିଲା, ଯାହା ଫଳରେ ଅକାଳରେ ଜଣେ ଶିଶୁର ଜୀବନ ଚାଲିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe