daughter in law & her mother detained in killing of woman case Photograph: (Sambad.in)
ଅନୁଗୁଳ: ଅନୁଗୁଳ ସଦର ଥାନା ଖଲାରୀରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ହାତୁଡ଼ିରେ ପିଟି ଶାଶୂଙ୍କ ଜୀବନ ନେଇଛନ୍ତି ବୋହୂ ଓ ସମୁଦୁଣୀ। ଏହି ଘଟଣାରେ ପୁଲିସ ବୋହୂ ଓ ସମୁଦୁଣୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ମୁତାବକ, ଖଲାରୀ ଗଡ଼ପଦା ସାହିର କୁନି ନାୟକ (୪୭)ଙ୍କ ସହିତ ଗତକାଲି ରାତିରେ ବୋହୂ ସରିତା ସାହୁଙ୍କର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବୋହୂ ସରିତା ଏକ ହାତୁଡ଼ିରେ ଶାଶୂଙ୍କୁ ପିଟିଥିବା କୁହାଯାଉଛି। ଫଳରେ ଶାଶୂ କୁନି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।
ଘଟଣାସ୍ଥଳରେ ପୁଲିସର ତଦନ୍ତ
ସଦର ଥାନା ପୁଲିସ ଖବର ପାଇ ଆଜି ଖଲାରୀରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ହତ୍ୟା ଘଟଣାରେ ପୁଲିସ ବୋହୂ ସହିତ ଅଙ୍ଗାରବନ୍ଧ ଗାଁର ସମୁଦୁଣୀଙ୍କୁ ଅଟକ ରଖିଥିବା ଜଣା ପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଆହୁରି ପଢ଼ନ୍ତୁ Chief Minister: ଅନୁଦାନ ଅଜାଡ଼ିଦେଲେ ମୁଖ୍ୟମନ୍ତ୍ରୀ: ‘ଗ୍ରେଟର୍ ବ୍ରହ୍ମପୁର ପାଇଁ ଡିପିଆର୍ କର’
Follow Us