ମହାନଦୀରେ ବୁଡ଼ି ଯାଇଥିବା ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର

ମହାନଦୀରେ ବୁଡ଼ି ଯାଇଥିବା ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ସର୍ଚ୍ଚ ଅପରେସନ୍ ବେଳେ ଉଭୟଙ୍କ ମୃତଦେହ ଠାବ କରିଛି ଅଗ୍ନିଶମ ବାହିନୀ।

ପୋଖରୀରେ ବୁଡି ବାଳକଙ୍କର ମୃତ୍ୟୁ

ସମ୍ବଲପୁର: ମହାନଦୀରେ ବୁଡ଼ି ଯାଇଥିବା ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ସର୍ଚ୍ଚ ଅପରେସନ୍ ବେଳେ ଉଭୟଙ୍କ ମୃତଦେହ ଠାବ କରିଛି ଅଗ୍ନିଶମ ବାହିନୀ। ଗତକାଲି ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅଧୀନ ଧୋବାପଡ଼ା ଘାଟରେ ବୁଡ଼ିଯାଇ ୨ ନାବାଳକ ନିଖୋଜ ହୋଇଥିଲେ। ନିଖୋଜ ଦୁଇ ନାବାଳକ ହେଲେ ଏସ୍‌ କନିତ୍‌ ଓ ହିମାଂଶୁ ସିଂହ। ଏମାନେ ତିୱାରୀଗଳି ନିବାସୀ ଓ ନବମ ଶ୍ରେଣୀର ଛାତ୍ର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ସୂଚନା ଅନୁସାରେ ଗତକାଲି ଅପରାହ୍‌ଣ ପ୍ରାୟ ୪ଟାର ମହାନଦୀର ଧୋବାଘାଟରେ ୨ ଜଣ ବୁଡ଼ିଯାଉଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ। ଦେଖଣହାରୀମାନେ ଭାବିଥିଲେ ଯେ, ମତ୍ସ୍ୟଜୀବୀମାନେ ବୁଡ଼ି ଯାଉଛନ୍ତି। ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଏହା ପରେ ପୁଲିସ ପିସିଆରରୁ ସୂଚନା ପାଇଁ ଅଗ୍ନିଶମ ବାହିନୀର ୬ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ନିଖୋଜ ୨ ଜଣଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି। ସନ୍ଧ୍ୟା ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe