ବିକାଶ ଏମିତି: ଆଣ୍ଠୁଏ କାଦୁଅରେ ୨ କିମି ଯାଏ ଶବ ବୋହିଲେ ଗାଁଲୋକେ

Advertisment

କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳବାସୀ।

କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳବାସୀ।

New Project (17)

କେସିଙ୍ଗା: କଳାହାଣ୍ଡି ଜିଲ୍ଲାର ଦାନ ମାଝୀ ପତ୍ନୀଙ୍କ ଶବ ବୋହି ନେବା ଘଟଣା ଏକଦା ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। କିଛି ବର୍ଷ ପୂର୍ବରୁ ଘଟିଥିବା ଏହି ଅଭାବନୀୟ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ଏବେ ପୁଣି କଳାହାଣ୍ଡି ଜଲ୍ଲା ଚର୍ଚ୍ଚାକୁ ଆସିଛି। କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳବାସୀ। ଏବେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଗତ ବିଜେଡି ସରକାରର ୨୪ ବର୍ଷ ଶାସନର ଅସଲ ଚେହେରାକୁ ପଦାକୁ ଆଣିଛି। 

ସୂଚନା ଅନୁସାରେ ଗତକାଲି କୁଣ୍ଡାବନ୍ଧ ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ଦାହସଂସ୍କାର ପାଇଁ ଗ୍ରାମର ସମସ୍ତେ ପୂର୍ବ ପୁରୁଷଙ୍କଠୁ ଆଜି ଯାଏଁ ସମସ୍ତ ଗ୍ରାମବାସୀ, ଗାଁଠୁ ଦୀର୍ଘ ୨ କିମି ଦୂରରେ ଥିବା ନିକଟସ୍ଥ ତେଲନଦୀ ପଠାକୁ ନେଇ ଶବଦାହ କରିଥାନ୍ତେ। ଏଭଳି ସ୍ଥିତିରେ ଆଜି ମଧ୍ୟ୍ୟ ପରିବାର ଲୋକେ ଗ୍ରାମବାସୀଙ୍କ ସହିତ ଶବଦାହକୁ ନେବା ବେଳେ ରାସ୍ତା ନଥିବାରୁ ବିଲ ହିଡ଼ରେ ଚେଷ୍ଟା କରଥିଲେ। କିନ୍ତୁ କାଦୁଅ ପଚପଚ ବିଲ ହିଡରେ ଜଣେ ମାତ୍ର ଚାଲିବାକୁ କଷ୍ଟକର ଥିବାବେଳେ ଶେଷରେ ବିଲଭିତରେ ଶବକୁ ବୋହି ୨ କିଲୋମିଟର ରାସ୍ତା ଦେଇ ଆଣ୍ଠୁଏ କାଦୁଅରେ ଚାରିକାନ୍ଧ ଦେଇ ନଦୀ ପଠାକୁ ନେଇ ଶବଦାହ କରିଥିଲେ। କିନ୍ତୁ ଏଭଳି ପରିସ୍ଥିତିରେ ସ୍ୱର୍ଗଦ୍ୱାର ନିର୍ମାଣ ହୋଇନଥିବା ଯୋଗୁଁ ବର୍ଷା ଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଲଥିଲା।

ଆଗରେ ସମସ୍ୟା ଥିବାରୁ ଟ୍ରାକ୍ଟର ମଧ୍ୟ କାଦୁଅରେ ପଶି ଆଉ ବାହାରି ନଥିଲା। ଫଳରେ ଶବଦାହ ପାଇଁ ଯାଇଥିବା ଗ୍ରାମବାସୀ ଖଣ୍ଡେଖଣ୍ଡେ କାଠ ବୋହି ଶ୍ମଶାନ ନିକଟରେ ପହଞ୍ଚାଇ ଦୀର୍ଘ ସମୟ ପରେ ଶବଦାହ କରିଥିଲେ।

ତେବେ ଗ୍ରାମବାସୀଙ୍କୁ ପଚାରିବାରୁ ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।ଗ୍ରାମରେ କୌଣସି ଲୋକର ମୃତ୍ୟୁ ହେଲେ ସବୁବେଳେ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।  ଜନପ୍ରତିନିଧିଙ୍କୁ ପଚାରିଲେ କହୁଛନ୍ତି। ଆକ୍ସନ ପ୍ଲାନ ଦେଲେ ମଧ୍ୟ ବ୍ଲକ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁ ନଥିବା କହିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ଏହା ଉପରେ  ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଗ୍ରାମର କପୁର୍ଚ୍ଚନ ନାୟକ, ଅଭିମନ୍ୟୁ ମାଝୀ, କ୍ଷମା ମାଝୀ, ରାଜେଶ ଦୀପ, ସୁଦର ହରିଜନ, ପରମେଶ୍ୱର ମାଝୀ, ସୁନୀଲ ବିଶ୍ୱାଳ, ପଦୁ ବାରିକ, ପୂର୍ଣଚନ୍ଦ୍ର ସାହୁ ଏଭଳି ଅନେକ ଲୋକ ଏଥିପ୍ରତି ଦୁଃଖ ପ୍ରକାଶ କରିଛନ୍ତି। ଏସମ୍ପର୍କରେ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ମନୋଜ ପଟ୍ଟନାୟକଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ଏଭଳି ସମସ୍ୟାକୁ ନେଇ ତିନି ତିନି ଥର ଆକ୍ସନ ପ୍ଲାନ ଦେଉଛି କିନ୍ତୁ ବ୍ଲକ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନଥିବା କହିଛନ୍ତି।

Kalahandi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe