ଦଶମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ଜଣେ ଛାତ୍ରର ମୃତଦେହ ଜବତ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିବା ଦିନ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଛି।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ଜଗତସିଂହପୁର: ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ଜଣେ ଛାତ୍ରର ମୃତଦେହ ଜବତ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିବା ଦିନ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଛି। ଜଗତସିଂହପୁର ସଦର ଥାନା ଅଧୀନ ଅଳସୁନ୍ଧା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରର ନାମ ବଳରାମ ରାଉତ। 

ପ୍ରଭାକର ରାଉତଙ୍କର ପୁଅ ବଳରାମ ମାଟ୍ରିକ ପରୀକ୍ଷା-୨୦୨୫ ଦେଇଥିଲେ। ଆଜି ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିଛି। ଏହି ପରୀକ୍ଷାରେ ବଳରାମଙ୍କୁ ଆଶାନୁରୂପେ ଫଳ ମିଳି ନଥିବା ଅଭିଯୋଗ। ସମ୍ଭବତଃ ଏହି କାରଣରୁ ବଳରାମ ଘର ଭିତରେ ବେକରେ ରଶି ଲଗାଇ ଜୀବନ ହାରିଥିବା ସ୍ଥାନୀୟ ଲୋକେ କହୁଛନ୍ତି। କିନ୍ତୁ ପରିବାର ଲୋକେ ଏହାକୁ ଖଣ୍ଡନ କରିଛନ୍ତି। 

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଛି। ତେବେ ବଳରାମର ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

Education | BSE Odisha | Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe