୫ ବର୍ଷୀୟା ଶିଶୁକନ୍ୟାର ରକ୍ତାକ୍ତ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଜଣେ ଅଟକ

Advertisment

ଅନୁଗଳରେ ଲଜ୍ଜା। ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଉପୁଜିଛି। ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ଏହି ମାମଲାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନୁଗଳରେ ଲଜ୍ଜା। ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଉପୁଜିଛି। ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ଏହି ମାମଲାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଶବରେ ଲାଗିଲା ପିମ୍ପୁଡ଼ି, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଛେଣ୍ଡିପଦା: ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପିଢ଼ଖମଣ ଗ୍ରାମର ନିଖୋଜ ଥିବା ୫ ବର୍ଷର ଶିଶୁ କନ୍ୟାର ମୃତଦେହକୁ ପୁଲିସ ଘର ପାଖ ମହୁଲ ବଣରୁ ଉଦ୍ଧାର ତଦନ୍ତ ଚଳେଇଛି। ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ପାଲଲହଡା ଅଞ୍ଚଳର ପଟାଟାଙ୍ଗର ଗ୍ରାମର ରଞ୍ଜନ ସାୟ(୨୫) ଗତ ୮ ବର୍ଷ ହେଲା ପରିବାର ନେଇ ପିଢ଼ଖମଣ ଗ୍ରାମରେ ରହି ମଜୁରୀ କାମ କରନ୍ତି। ରଞ୍ଜନ ଝିଅ ରଞ୍ଜିତା(୫) ଗତ ୧୩ ତାରିଖ ମଧ୍ୟାହ୍ନ ୨ଟାରେ ଘର ଅଗଣାରେ ରଞ୍ଜନଙ୍କ ଏକମାତ୍ର ଝିଅ ଖେଳୁଥିଲା। ରଞ୍ଜନଙ୍କ ପତ୍ନୀ କିଛିସମୟ ପରେ ଖୋଜିବା ବେଳକୁ ପାଇ ନଥିଲେ। ଗତକାଲି ୧୫ ତାରିଖ ଭୋର ୬ ଟାରେ ସ୍ଥାନୀୟ ଲୋକମାନେ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ଥିବା ୫୦ ଫୁଟ ଦୂରରେ ଭଡାରେ ରହୁଥିବା ଜେରେଙ୍ଗ ଗ୍ରାମର ବାବୁଲା ଜେନା(୪୦)ଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳେଇଛି। ରଞ୍ଜିତାକୁ ଡାକିନେଇ ବାବୁଲା ଦୁଷ୍କର୍ମ କରିବା ପରେ ହତ୍ୟା କରି ଘର ସମ୍ମୁଖ ମହୁଲ ବଣରେ ମୃତଦେହ ଫିଙ୍ଗି ଦେଇଥିବାର ପୁଲିସ ସନ୍ଦେହ କରୁଛି।

ବାବୁଲା ନିଜ ସ୍ତ୍ରୀକୁ ଛାଡ଼ି ୫ ବର୍ଷ ପୂର୍ବରୁ ସମ୍ପର୍କୀୟ ଭାଉଜକୁ ନେଇ ଗାଁରୁ ଫେରାର ହୋଇଥିଲେ। ସେହିଦିନଠାରୁ ବାବୁଲା କଙ୍କରେଇ ଅଞ୍ଚଳରେ ଭଡ଼ାରେ ରହି ମିସ୍ତ୍ରୀ ଭାବେ କାର୍ଯ୍ୟ କରି ଚଳୁଥିଲେ।

ଗତ ଗୁରୁବାର ମଧ୍ୟାହ୍ନରୁ ଶିଶୁଟି ନିଖୋଜ ଥିଲା। ଏ ସମ୍ପର୍କରେ ଶୁକ୍ରବାର ଦିନ  ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଶିଶୁକନ୍ୟାର ମୃତଦେହ ଘରଠାରୁ ମାତ୍ର ଶହେ ମିଟର ଦୂର ଗୋଟିଏ ମହୁଲ ଗଛ ମୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେଣେ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏବେ ଶିଶୁକନ୍ୟାର ମୃତଦେହ ରଖାଯାଇଛି। କଟକରୁ ଏକ ଶିଶୁ ବିଶେଷଜ୍ଞ ଟିମ୍ ଆସି ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବେ ବୋଲି ଜଣାଯାଇଛି।

 ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏବେ ଶିଶୁକନ୍ୟାର ମୃତଦେହ ରଖାଯାଇଛି। କଟକରୁ ଏକ ଶିଶୁ ବିଶେଷଜ୍ଞ ଟିମ୍ ଆସି ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବେ ବୋଲି ଜଣାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe