ରାୟଗଡ଼ା: ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ ଶିକାଲା ପାହାଡ଼ ଉପରୁ ଆନ୍ଧ୍ର ପ୍ରଦେଶ ରାଜ୍ୟର ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ପୁବାଲା ପାରାୟା ଏବଂ ସେ ପାର୍ବତୀପୁର ମାନ୍ୟମ୍ ଜିଲ୍ଲା ଅନ୍ତର୍ଗତ ଅଣ୍ଡରୁବାଙ୍ଗି ଗ୍ରାମର ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପାହାଡ଼ ଉପରେ ପୁବାଲା ପାରାୟାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଦେହ ପଡ଼ିଥିବା ଦେଖି ଜଣେ ସମ୍ପର୍କୀୟ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ଆନ୍ଧ୍ର ପୁଲିସ ଶବକୁ ଜବତ କରି ରାମନାଗୁଡା ପୁଲିସକୁ ହସ୍ତାନ୍ତର କରିଛି। ରାମନାଗୁଡ଼ା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛି। ଘଟଣାକୁ ନେଇ ପରିବାରବର୍ଗ ରାମନାଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ରାମନାଗୁଡ଼ା ପୁଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ଆଗକୁ ବଢାଇଛି।
ଗତକାଲି ପାହାଡ଼ ଉପରେ ପୁବାଲା ପାରାୟାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଦେହ ପଡ଼ିଥିବା ଦେଖି ଜଣେ ସମ୍ପର୍କୀୟ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ଆନ୍ଧ୍ର ପୁଲିସ ଶବକୁ ଜବତ କରି ରାମନାଗୁଡା ପୁଲିସକୁ ହସ୍ତାନ୍ତର କରିଛି। ରାମନାଗୁଡ଼ା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛି। ଘଟଣାକୁ ନେଇ ପରିବାରବର୍ଗ ରାମନାଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ରାମନାଗୁଡ଼ା ପୁଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ଆଗକୁ ବଢାଇଛି।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ହତ୍ୟା ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତଦନ୍ତ ପରେ ପ୍ରକୃତ ତଥ୍ୟ ସମାନାକୁ ଆସିବ ବୋଲି ରାମନାଗୁଡ଼ା ଥାନାଧିକାରୀ ସୂଚନା ପ୍ରଦାନ କରିଛନ୍ତି।
ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ହତ୍ୟା ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତଦନ୍ତ ପରେ ପ୍ରକୃତ ତଥ୍ୟ ସମାନାକୁ ଆସିବ ବୋଲି ରାମନାଗୁଡ଼ା ଥାନାଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଆନ୍ଧ୍ରର ବ୍ୟକ୍ତି ଓଡ଼ିଶା ସୀମା ପରିସରରେ ମୃତ୍ୟୁବରଣ କରିଥିବାରୁ ରାମନାଗୁଡ଼ା ପୁଲିସ ଏହି ଘଟଣାରେ ତଦନ୍ତ କରୁଥିବା ଜଣାପଡିଛି I ଗତକାଲି ଆନ୍ଧ୍ର ପୁଲିସ ଏହି ଘଟଣା ଓଡ଼ିଶା ସୀମାରେ ହୋଇଛି ବୋଲି କହି ଅଭିଯୋଗ କରିବାକୁ ଯାଇଥିବା ପରିବାର ବର୍ଗଙ୍କୁ ଓଡ଼ିଶା ପୁଲିସ ପାଖକୁ ଯିବାକୁ କହିଥିଲା I
Follow Us