କାଠଯୋଡ଼ିରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ: ଆଜି ମିଳିଲା ଆଉ ଏକ ମୃତଦେହ

କାଠଯୋଡ଼ିରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଅନ୍ୟ ଜଣେ ନିଖୋଜ ଥିଲେ। ଆଜି ସକାଳେ ଅନ୍ୟ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି।

Dead

କଟକ: କଟକ ସିଡିଏ ସେକ୍ଟର ୧୧ ନିକଟରେ ଗତକାଲି କାଠଯୋଡ଼ିରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇଜଣ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଅନ୍ୟ ଜଣେ ନିଖୋଜ ଥିଲେ। ଆଜି ସକାଳେ ଅନ୍ୟ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି।
 
ସିଡିଏସ୍ଥିତ ବୀରେନ୍ ମିତ୍ର ପାର୍କ ନିକଟକୁ ଆଜି ୪ ଜଣ ଯୁବ ଇଂଜିନିୟର ଗାଧୋଇବାକୁ ଯାଇଥିଲେ। ମୃତ ଓ ନିଖୋଜ ଯୁବକ ଦ୍ବୟ ମହାରାଷ୍ଟ୍ରର ନିବାସୀ ଥିଲେ। ଏମାନେ କଟକ ଏସ୍ସିବିର ନିର୍ମାଣାଧୀନ କାମରେ ନିୟୋଜିତ ଥିଲେ। ତେଣୁ ପାଣିର ଗଭୀରତା ସଂପର୍କରେ ଅବଗତ ନଥିଲେ। ନିଖୋଜ ଯୁବକଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe