ଦ୍ଵିତୀୟ ଶ୍ରେଣୀ ଛାତ୍ରୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, କାରଣ ଅସ୍ପଷ୍ଟ

Advertisment

ଆଶ୍ରମ ବିଦ୍ୟାଳୟର ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ରବିବାର ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀର ନାମ କାନ୍ଦରୀ ମଢ଼େଇ। 

ଆଶ୍ରମ ବିଦ୍ୟାଳୟର ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ରବିବାର ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀର ନାମ କାନ୍ଦରୀ ମଢ଼େଇ। 

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ଉଦଳା: ଆଶ୍ରମ ବିଦ୍ୟାଳୟର ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ରବିବାର ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀର ନାମ କାନ୍ଦରୀ ମଢ଼େଇ। 

ସୂଚନା ଅନୁସାରେ କାନ୍ଦରୀ ମଢ଼େଇ ଉଦଳା ଥାନା ଅଧୀନ ଏକ ଆଶ୍ରମ ବିଦ୍ୟାଳୟରେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ଥିଲା। ସେ ଆଶ୍ରମ ବିଦ୍ୟାଳୟର ହ‌ଷ୍ଟେଲରେ ରହୁଥିଲା। ଆଜି ପୂର୍ବହ୍‌ଣ ସମୟରେ ହଷ୍ଟେଲ ବାହାରକୁ ଯାଇ ଆଉ ଫେରି ନଥିଲା। 

ରବିବାର ମଧ୍ୟାହ୍ନରେ ହଷ୍ଟେଲ ଛାତ୍ରୀମାନେ ଖାଇ ସାରିବା ପରେ ପରିସ୍ରା କରିବା ନିମନ୍ତେ ବାହାରକୁ ଆସିଥିଲେ। ଏହି ସମୟରେ ସେମାନେ ବିଦ୍ୟାଳୟ ପଛରେ ୩ ଫୁଟ ଉଚ୍ଚରେ ଥିବା ବାଉଁଶବୁଦାରେ କାନ୍ଦରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହା ଅନ୍ୟ ଛାତ୍ରୀମାନେ ଦେଖି ମେଟ୍ରୋନ ଏବଂ ଅନ୍ୟମାନଙ୍କୁ ଜଣାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଉଦଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା। ସେଠାରେ କାନ୍ଦରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

 

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମାତ୍ର ୩ ଫୁଟ ଉଚ୍ଚରେ ଛାତ୍ରୀଙ୍କ ମୃତଦେହ ଝୁଲିବା ପୁରା ଘଟଣାକୁ ଅଧିକ ସନ୍ଦେହ ଭିତରକୁ ନେଇଛି। ତେବେ ଛାତ୍ରୀ ଜଣକ କାହିଁକି ଜୀବନ ହାରିବ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ମଧ୍ୟ ଅନେକ ଲୋକ ସନ୍ଦେହ କରୁଛନ୍ତି। ପୁଲିସ ଏକ ମାମଲା ରୁଜୁ କରିଛି। ଘଟଣାକୁ ଅତି ଗୁରୁତର ସହିତ ନେଇ ତଦନ୍ତ ଜାରି ରଖିଛି। 

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe