ପୌର ଉପାଧ୍ୟକ୍ଷାଙ୍କ ପୁତ୍ରବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

Advertisment

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳା ଓ ବରିଷ୍ଠ ବିଜେଡ଼ି ନେତା ବିଜୟ କାମିଳାଙ୍କ ସାନ ବୋହୂଙ୍କର ଆଜି ଅସ୍ବାଭାବିକ ମୃତ୍ୟୁ ହୋଇଛି। ଶାଶୁ ଘର ଲୋକେ ବୋହୂ ନିଜ ଇଚ୍ଛାରେ ଜୀବନ ହାରିଛି ବୋଲି କହୁଛନ୍ତି।

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳା ଓ ବରିଷ୍ଠ ବିଜେଡ଼ି ନେତା ବିଜୟ କାମିଳାଙ୍କ ସାନ ବୋହୂଙ୍କର ଆଜି ଅସ୍ବାଭାବିକ ମୃତ୍ୟୁ ହୋଇଛି। ଶାଶୁ ଘର ଲୋକେ ବୋହୂ ନିଜ ଇଚ୍ଛାରେ ଜୀବନ ହାରିଛି ବୋଲି କହୁଛନ୍ତି।

Jaleswar woman

Jaleswar woman Photograph: (sambad.in)

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳା ଓ ବରିଷ୍ଠ ବିଜେଡ଼ି ନେତା ବିଜୟ କାମିଳାଙ୍କ ସାନ ବୋହୂଙ୍କର ଆଜି ଅସ୍ବାଭାବିକ ମୃତ୍ୟୁ ହୋଇଛି। ଶାଶୁ ଘର ଲୋକେ ବୋହୂ ନିଜ ଇଚ୍ଛାରେ ଜୀବନ ହାରିଛି ବୋଲି କହୁଥିବା ବେଳେ ବାପ ଘର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ଆଜି ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଜଳେଶ୍ଵର ଥାନା ପୁଲିସ ଉପାଧ୍ୟକ୍ଷାଙ୍କ ସ୍ବାମୀ, ସାନ ପୁଅ ଓ ଦିଅରକୁ ଥାନାରେ ଅଟକ ରଖିଛି।

ସୂଚନା ଅନୁସାରେ ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ତଥା ପଥରପୁରା ନିବାସୀ ପୁଷ୍ପପ୍ରିୟା କାମିଳା ଓ ବରିଷ୍ଠ ବିଜେଡ଼ି ନେତା ବିଜୟ କାମିଳାଙ୍କ ସାନ ପୁଅ ରିତେଶ ୩ ବର୍ଷ ତଳେ ସ୍ଥାନୀୟ ଚକବିଷ୍ଣୁ ଗ୍ରାମର ଜଳନ୍ଧର ପ୍ରଧାନଙ୍କ ଝିଅ ନମିତାଙ୍କୁ ବିବାହ କରିଥିଲେ। ଗତ ଦୁଇ ସପ୍ତାହ ତଳେ ନମିତା ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି।

ଆଜି ପୂର୍ବାହ୍ନ ୧୦ଟାରେ ନମିତାଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ଵର ହସ୍ପିଟାଲକୁ ଶାଶୁ ଘର ଲୋକେ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନମିତା ବେକରେ ଦୌଡି ଦେଇ ଫ୍ୟାନ୍‌ରେ ଝୁଲି ପଡ଼ି ଜୀବନ ହାରିଥିଲେ ବୋଲି ଶାଶୁ ଘର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଖବର ପାଇ ନମିତାଙ୍କ ବାପଘର ଲୋକେ ଓ ଅନ୍ୟ ସମ୍ପର୍କୀୟମାନେ ପହଞ୍ଚି ଶାଶୁ ଘର ଲୋକଙ୍କ ଉଦ୍ଦେଶ୍ୟରେ ପାଟିତୁଣ୍ଡ କରିଥିଲେ। ନମିତାର ଝିଅ ହୋଇଛି ବୋଲି ତାକୁ ଶାରୀରିକ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ବାପ ଘର ଲୋକେ ଅଭିଯୋଗ କରିଥିଲେ। ଫଳରେ ହସ୍ପିଟାଲରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ଜଳେଶ୍ୱର ଥାନା ଏସଆଇ ରାଜଲକ୍ଷ୍ମୀ ଦାସ, ଏଏସଆଇ ଭଗବାନ ଦାସ ଫୋର୍ସ ସହ ହସ୍ପିଟାଲରେ ପହଞ୍ଚିଥିଲେ।ପୁଲିସ ଶବକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ପୁଲିସ ରିତେଶ ତାଙ୍କ ବାପା ବିଜୟ ଓ କକାଙ୍କୁ ଥାନାରେ ଅଟକ ରଖିଛି। ଏହି ରିପୋର୍ଟ ଲେଖା ହେବା ଯାଏଁ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ସାଇଣ୍ଟିଫିକ ଟିମ୍ ମଧ୍ୟ ଉପାଧ୍ୟକ୍ଷାଙ୍କ ଘରକୁ ଯାଇ ତଦନ୍ତ କରିଛି।

Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe