ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର; ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ସୁଜେଲି ଗ୍ରାମର ୬୦ବର୍ଷୀୟ ବୃଦ୍ଧ ପାତ୍ର ନାୟକ ନିଖୋଜ ଥିବା ବେଳେ ଆଜି ତାଙ୍କ ଗଳିତ ଶବ କୁରୁମିଙ୍ଗିଆ ମୌଜାର ଦାର୍ଣ୍ଣିକଲା ଜଙ୍ଗଲରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ସୁଜେଲି ଗ୍ରାମର ପାତ୍ର ନାୟକ (୬୦) ନିଖୋଜ ଥିବା ବେଳେ ଆଜି ତାଙ୍କର ଗଳିତ ମୃତଦେହ କୁରୁମିଙ୍ଗିଆ ମୌଜାର ଦାର୍ଣ୍ଣିକଲା ଜଙ୍ଗଲରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ପାରିପାର୍ଶିକ ସ୍ଥିତିକୁ ଦେଖିଲେ ହାତୀ ଆକ୍ରମଣରେ ପାତ୍ର ନାୟକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ପାତ୍ର ନାୟକ ଦୀର୍ଘ ୧୫ଦିନରୁ ଊର୍ଦ୍ଧ୍ବ ହେବ ନିଖୋଜ ଥିବା ଗ୍ରାମ ଲୋକ ପ୍ରକାଶ କରିଛନ୍ତି। ପାତ୍ର ଜଣେ ନିଜ ଘରେ ରହୁଥିଲେ। ତାଙ୍କ ପରିବାର ଲୋକ ରାଜ୍ୟ ବାହାରେ ଦାଦନ ଖଟୁଥିଲେ। ସେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜରାଣ ମେଣ୍ଟାଉଥିଲେ। ଆଜି କୁରୁମିଙ୍ଗିଆ ଅଞ୍ଚଳର କିଛି ମହିଳା ଭୋରରୁ ଦାର୍ଣ୍ଣିକଲା ଜଙ୍ଗଲକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ଗଳିତ ଶବ ପଡ଼ିଥିବା ଏବଂ ପାଖରେ ଏକ ଲୁଙ୍ଗି, ସାର୍ଟ ଏବଂ ଟାଙ୍ଗିଆ ପଡ଼ିଥିବା ଦେଖି ଗାଁରେ ଖବର ଦେଇଥିଲେ। ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଦେଖିବା ସହ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ।

ପାତ୍ର ନାୟକ ନିଜ ଘରେ ରହୁଥିଲେ। ତାଙ୍କ ପରିବାର ଲୋକ ରାଜ୍ୟ ବାହାରେ ଦାଦନ ଖଟୁଥିଲେ। ସେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜରାଣ ମେଣ୍ଟାଉଥିଲେ। ଆଜି କୁରୁମିଙ୍ଗିଆ ଅଞ୍ଚଳର କିଛି ମହିଳା ଭୋରରୁ ଦାର୍ଣ୍ଣିକଲା ଜଙ୍ଗଲକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ଗଳିତ ଶବ ପଡ଼ିଥିବା ଏବଂ ପାଖରେ ଏକ ଲୁଙ୍ଗି, ସାର୍ଟ ଏବଂ ଟାଙ୍ଗିଆ ପଡ଼ିଥିବା ଦେଖି ଗାଁରେ ଖବର ଦେଇଥିଲେ।

ଖବର ପାଇ ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ୱାଇଁ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପାରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କଲେ ହାତୀ ଆକ୍ରମଣରେ ପାତ୍ର ନାୟକ ନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହାତୀର ମଳ ଘଟଣାସ୍ଥଳରେ ପଡ଼ିଛି। ତେଣୁ ହାତୀ ଦଳି ଦେଇଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଇଆଇସିଙ୍କ ସୂଚନା ପ୍ରକାରେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ। ଏନେଇ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। Kandhamal | dead | Elephant

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe