ଭଦ୍ରକରେ ଚାଷୀ ମୃତ, ହତ୍ୟା ସନ୍ଦେହ

Advertisment

ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟୁଆ ଗ୍ରାମପଞ୍ଚାୟତର କୁଆ ବଗମରା ଗ୍ରାମର ଚାଷୀ ସନ୍ତୋଷ ମଲ୍ଲିକ (୬୨)ଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। ତାଙ୍କ ଶବ ରାସ୍ତାକଡ଼ ବିଲରେ ପଡ଼ିଥିବାର ଗାଁ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ସକାଳ ୫ଟା ବେଳେ ସନ୍ତୋଷ ଘରୁ ବାହାରକୁ ଆସିଥିଲେ।

Dead

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟୁଆ ଗ୍ରାମପଞ୍ଚାୟତର କୁଆ ବଗମରା ଗ୍ରାମର ଚାଷୀ ସନ୍ତୋଷ ମଲ୍ଲିକ (୬୨)ଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। ତାଙ୍କ ଶବ ରାସ୍ତାକଡ଼ ବିଲରେ ପଡ଼ିଥିବାର ଗାଁ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ସକାଳ ୫ଟା ବେଳେ ସନ୍ତୋଷ ଘରୁ ବାହାରକୁ ଆସିଥିଲେ। ତାଙ୍କର ପରେ କଣ ହେଲା ଆଉ କେହି କିଛି ଜାଣି ପାରିଲେ ନାହିଁ। ମୃତଦେହ ଉଦ୍ଧାର ପରେ ପରିବାର ଲୋକେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସନ୍ତୋଷଙ୍କ ମୃତ୍ୟୁ ସ୍ବଭାବିକ ଭାବରେ ହୋଇନାହିଁ। ତାଙ୍କୁ କିଏ ହତ୍ୟା କରି ବିଲରେ ପକାଇ ଦେଇଥିବା ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏଇ ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ପାଇବା ପରେ ଗ୍ରାମାଞ୍ଚଳ ଥାନା ପକ୍ଷରୁ  ୩୮/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଉଛି।

 Bhadrak | Farmers 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe