Dead Body Half Burnt Young Man: ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅଚିହ୍ନା ଯୁବକଙ୍କ ମୃତଦେହ ଠାବ

କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ରଇତ ସାହି ନିକଟ ଏକ ପଡ଼ିଆରେ ଜଣେ ଅଚିହ୍ନା ଯୁବକଙ୍କ Half Burnt ମୃତଦେହ ଠାବ ହୋଇଛି। ସକାଳୁ ମୃତଦେହ ପଡ଼ିଆରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛି।

Untitled

Dead Body Half Burnt Young Man Photograph: (sambad.in)

କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ରଇତ ସାହି ନିକଟ ଏକ ପଡ଼ିଆରେ ଜଣେ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି। ସକାଳୁ ମୃତଦେହ ପଡ଼ିଆରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛି।

ଘଟଣା ସ୍ଥଳରେ କୋଣାର୍କ ପୁଲିସ

କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଯୁବକଙ୍କୁ ପୋଡ଼ି ଏଠାରେ ଫିଙ୍ଗି ଦେଇଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି। ମୃତଦେହ ନିକଟରେ ରକ୍ତ ପଡ଼ିଥିବା ବେଳେ ପାଣି ବୋତଲ, ଗ୍ଲାସ ପଡ଼ିଛି। ଘଟଣା ସ୍ଥଳରେ କୋଣାର୍କ ପୁଲିସ ଓ ନିମାପଡ଼ା ଏସଡିପିଓ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ଦିଗ ପ୍ରତି ଗୁରୁତ୍ୱ ଦେଇ ତଦନ୍ତ କରୁଛି ପୁଲିସ।

ଆହୁରି ପଢ଼ନ୍ତୁ: Chintan Shivir: ଭାରତର ଘରୋଇ ଇସ୍ପାତ ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି: କେନ୍ଦ୍ରମନ୍ତ୍ରୀ

ଆହୁରି ପଢ଼ନ୍ତୁ: 5 Death Rayagada: ୬ ମାସରେ ୫ ଜଣଙ୍କ ଅକାଳ ମୃତ୍ୟୁ, ଗ୍ରାମବାସୀ ଆଣିଲେ ଜଣ୍ଡିସ ଅଭିଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe