ଯୁବକଙ୍କ ମୃତଦେହ ଠାବ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ ଗୁଣପୁର ପଞ୍ଚାୟତ କିରକିଚା ଗ୍ରାମର ଏକ ଭଗ୍ନ ଅବସ୍ଥାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଏକ ମୃତଦେହ ପଡିରହିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ କର୍ଲାପାଟ ଥାନାକୁ ଖବର ଦେଇଥିଲେ।

Dead

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ ଗୁଣପୁର ପଞ୍ଚାୟତ କିରକିଚା ଗ୍ରାମର ଏକ ଭଗ୍ନ ଅବସ୍ଥାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଏକ ମୃତଦେହ ପଡିରହିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ କର୍ଲାପାଟ ଥାନାକୁ ଖବର ଦେଇଥିଲେ। ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀକାନ୍ତ କୋଲକା ସାଇଣ୍ଟିଫିକ୍ ଟିମ୍‌କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗାଁ ଲୋକଙ୍କ ସହଯୋଗ ନେଇ ଯୁବକଙ୍କ ମୃତ ଶରୀର ଚିହ୍ନଟ ଓ ପ୍ରାଥମିକ ତଦନ୍ତ ପାଇଁ ଚେଷ୍ଟା କରି ମଧ୍ୟ କିଛି ଜାଣି ପାରିନଥିଲେ।

ତଦନ୍ତ ପ୍ରକ୍ରିୟାରେ ସହାୟତା ପାଇଁ ସନ୍ଧାନୀ କୁକୁର ଅଣାଯାଇଥିଲା। କିଛି ସମୟର ତଦନ୍ତ ପରେ ମୃତ ଯୁବକ ପାଖରେ ପଡ଼ିଥିବା କିଛି ମୋବାଇଲ ନମ୍ବର ଲେଖାଥିବା ଏକ କାଗଜ ପୁଲିସ ଦେଖିବାକୁ ପାଇଥିଲା ଓ ସେହି ନମ୍ବରରୁ ଯୋଗାଯୋଗ କଲାପରେ ସନ୍ଦେହ ଦୁର ହୋଇଥିଲା। ମୃତ ବ୍ୟକ୍ତି ଜଣକ ଭବାନୀପାଟଣା ବ୍ଲକ କର୍ଲାପଡ଼ା ଥାନା କଲମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଲିପଡ଼ାର ରତ୍ନାକର ନାଏକଙ୍କ ପୁଅ ଧରଣୀଧର(୩୦) ବୋଲି ଜଣା ପଡିଥିଲା।

ପରେପରେ କର୍ଲାପଡ଼ା ଥାନା ଓ ସେ ଗ୍ରାମକୁ  ଫୋନ୍ କରିବା ସହ ମୃତ୍ୟୁ ବ୍ୟକ୍ତିଙ୍କ ଫୋଟୋ ପଠାଇଲା ପରେ ତାଙ୍କ ବାପା ରତ୍ନାକର ଓ ତାଙ୍କ ପରିବାର ଲୋକେ ଆସି ଦେଖିଥିଲେ ଏବଂ ଏହା ଏକ ନିଶ୍ଚିତ ହତ୍ୟା ବୋଲି ଜାଣି ଅଭିଯୋଗ ଆଣିଥିଲେ। କର୍ଲାପାଟ ପୁଲିସ ଶବ ଚିହ୍ନଟ ପରେ ଶବକୁ ପରିବାରର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ କିଏ ହତ୍ୟା କଲା ଏବଂ ଏହି ହତ୍ୟାକାଣ୍ଡର କାରଣ କ’ଣ ଓ  କାହିଁକି କଲା ତାହା ତଦନ୍ତ ଜାରି ରଖିଛି।

murder | Crime | Kalahandi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe