ନାବାଳକର ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Advertisment

ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଗୋଛାପଡା ନର୍ସରୀ ନିକଟ ଏକ ପଳାସ ଗଛରୁ ଜଣେ ନାବାଳକର ମୃତଦେହ ଉଦ୍ଧାର କରିଛି ପୁଲିସl ବୁଧବାର ସକାଳ ୭ଟାରେ ୧୭ ବର୍ଷୀୟ ନାବାଳକର ଶବ ଝୁଲନ୍ତା ଅବସ୍ଥାରେ ପୁଲିସ୍ ଉଦ୍ଧାର କରିଛି।

ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଗୋଛାପଡା ନର୍ସରୀ ନିକଟ ଏକ ପଳାସ ଗଛରୁ ଜଣେ ନାବାଳକର ମୃତଦେହ ଉଦ୍ଧାର କରିଛି ପୁଲିସl ବୁଧବାର ସକାଳ ୭ଟାରେ ୧୭ ବର୍ଷୀୟ ନାବାଳକର ଶବ ଝୁଲନ୍ତା ଅବସ୍ଥାରେ ପୁଲିସ୍ ଉଦ୍ଧାର କରିଛି।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଗୋଛାପଡା ନର୍ସରୀ ନିକଟ ଏକ ପଳାସ ଗଛରୁ ଜଣେ ନାବାଳକର ମୃତଦେହ ଉଦ୍ଧାର କରିଛି ପୁଲିସl ବୁଧବାର ସକାଳ ୭ଟାରେ ୧୭ ବର୍ଷୀୟ ନାବାଳକର ଶବ ଝୁଲନ୍ତା ଅବସ୍ଥାରେ ପୁଲିସ୍ ଉଦ୍ଧାର କରିଛି। ସ୍ଥାନୀୟ ଦୁର୍ଗା ପ୍ରସାଦ ଗ୍ରାମର ନାବାଳକଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ପରିବାର ଲୋକେ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ କରି ପୁଲିସକୁ ମୃତଦେହ ଓହ୍ଲାଇବାକୁ ଦେଇନଥିଲେl 

ଏକ ପଳାସ ଗଛର ଡାଳରେ ବେକରେ ଏକ ଶାଢି ବନ୍ଧା ଯାଇଥିବା ଓ ପାଦ ମାଟିରେ ଲାଗିଥିବା ହେତୁ ପରିବାର ଲୋକେ କେହି ତାକୁ ହତ୍ୟା କରି ପରେ ଗଛ ଡାଳରେ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି। ଖବର ପାଇ ବଘିଆପଡ଼ା ଫାଣ୍ଡି ଅଧିକାରୀ ପବିତ୍ର ମୋହନ ସାମଲ, ଜହ୍ନlପଙ୍କ ଫାଣ୍ଡି ଅଧିକାରୀ ପ୍ରଶାନ୍ତ ମଲ୍ଲିକ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ମୃତଦେହକୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ନିଆଯିବ ବୋଲି ଶ୍ରୀ ସାମଲ ସୁଚନା ଦେଇଛନ୍ତିl ପରିବାର ଓ ଗ୍ରାମବାସୀଙ୍କ ଦାବି ପରେ ପୁଲିସ୍ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆଣି ତଦନ୍ତ ଆରମ୍ଭ କରିଥିଲାl ପରେ ଅପରାହ୍ନ ୪ଟାରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡାକ୍ତରଖାନା ଆଣିଥିବା ସୁଚନା ମିଳିଛିl

 Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe