ନିଖୋଜ ଶିଶୁଙ୍କ ମୃତଦେହ କୂଅରୁ ଉଦ୍ଧାର; ମହିଳା ଅଟକ

Advertisment

ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପଙ୍କଡିହି ପଞ୍ଚାୟତର ଜଡ଼ା ଗ୍ରାମର ପୁରୁଣାପାଣି ଅଙ୍ଗନବାଡି କେନ୍ଦ୍ରର ଦୀପାଳି ମୁଣ୍ଡା (୪) ଗତ ୧୬ ତାରିଖ ଅପରାହ୍‌ଣରେ କେନ୍ଦ୍ରକୁ ଯାଇ ଆଉ ଘରକୁ ଫେରିନଥିଲେ। ଏକ କୂଅରେ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପଙ୍କଡିହି ପଞ୍ଚାୟତର ଜଡ଼ା ଗ୍ରାମର ପୁରୁଣାପାଣି ଅଙ୍ଗନବାଡି କେନ୍ଦ୍ରର ଦୀପାଳି ମୁଣ୍ଡା (୪) ଗତ ୧୬ ତାରିଖ ଅପରାହ୍‌ଣରେ କେନ୍ଦ୍ରକୁ ଯାଇ ଆଉ ଘରକୁ ଫେରିନଥିଲେ। ଏକ କୂଅରେ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ପରିତ୍ୟକ୍ତ କୂଅରୁ ୪ ବଳଦ ଉଦ୍ଧାର

ଗୁରୁ୍ଣ୍ଡିଆ: ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପଙ୍କଡିହି ପଞ୍ଚାୟତର ଜଡ଼ା ଗ୍ରାମର ପୁରୁଣାପାଣି ଅଙ୍ଗନବାଡି କେନ୍ଦ୍ରର ଦୀପାଳି ମୁଣ୍ଡା (୪) ଗତ ୧୬ ତାରିଖ ଅପରାହ୍‌ଣରେ କେନ୍ଦ୍ରକୁ ଯାଇ ଆଉ ଘରକୁ ଫେରିନଥିଲେ। ଘର ଲୋକ ବହୁତ ଖୋଜାଖୋଜି କରି ତାଙ୍କର କୌଣସି ପତ୍ତା ପାଇ ନଥିଲେ। ଗତକାଲି ଏକ କୂଅରେ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ବସ୍ତିର ଜଣେ ମହିଳା ଚାରି ମୁଣ୍ଡା (୩୫) ଉକ୍ତ ଶିଶୁକୁ ଫୁସୁଲେଇ ନେଇଯାଇଥିଲେ। ମୃତଦେହ ଉଦ୍ଧାର ହୋଇଥିବା କୂଅଟି ତାଙ୍କ ଘରରୁ ୫ଶହ ମିଟର ଦୂରତାରେ ରହିଛି। ୧୭ ତାରିଖ ଅପରାହ୍‌ଣରେ ଛେଳି ଚରାଇବାକୁ ଯାଇଥିବା ଜଣେ ପିଲାଟି କୂଅରେ ଶବ ଭାସୁଥିବା ଦେଖି ଗାଁ ଲୋକଙ୍କୁ କହିଥିଲା। ଗାଁଲୋକଙ୍କ ଠାରୁ ସୂଚନା ପାଇଁ ଗୁରୁଣ୍ଡିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଜି ବ୍ୟବଚ୍ଛେଦ ପରେ ପୁଲିସ ଶବ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅନ୍ୟପକ୍ଷରେ ପରିବାର ଲୋକେ ଉକ୍ତ ମହିଳା ନାମରେ ଏତଲା ଦେବା ପରେ ପୁଲିସ ଉକ୍ତ ମହିଳାକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

କିଛି ଲୋକଙ୍କ କହିବା ଅନୁସାରେ ସେଇ ବସ୍ତିର ଜଣେ ମହିଳା ଚାରି ମୁଣ୍ଡା (୩୫) ଉକ୍ତ ଶିଶୁକୁ ଫୁସୁଲେଇ ନେଇଯାଇଥିଲେ। ମୃତଦେହ ଉଦ୍ଧାର ହୋଇଥିବା କୂଅଟି ତାଙ୍କ ଘରରୁ ୫ଶହ ମିଟର ଦୂରତାରେ ରହିଛି। ୧୭ ତାରିଖ ଅପରାହ୍‌ଣରେ ଛେଳି ଚରାଇବାକୁ ଯାଇଥିବା ଜଣେ ପିଲାଟି କୂଅରେ ଶବ ଭାସୁଥିବା ଦେଖି ଗାଁ ଲୋକଙ୍କୁ କହିଥିଲା। ଗାଁଲୋକଙ୍କ ଠାରୁ ସୂଚନା ପାଇଁ ଗୁରୁଣ୍ଡିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଜି ବ୍ୟବଚ୍ଛେଦ ପରେ ପୁଲିସ ଶବ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅନ୍ୟପକ୍ଷରେ ପରିବାର ଲୋକେ ଉକ୍ତ ମହିଳା ନାମରେ ଏତଲା ଦେବା ପରେ ପୁଲିସ ଉକ୍ତ ମହିଳାକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe