ନିଖୋଜ ୧୦ ବର୍ଷୀୟ ଝିଅର ମୃତଦେହ ପୋଖରୀରୁ ଉଦ୍ଧାର, ଜଣେ ଅଟକ

ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଓ ସନ୍ଧାନୀ କୁକୁର ସହ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବାଡୁଳି ଗ୍ରାମର କାର୍ତ୍ତିକ ମଳିକଙ୍କ ୧୦ବର୍ଷର ଝିଅ ବର୍ଷାରାଣୀ ମଳିକ ଗ୍ରାମରେ ହେଉଥିବା ଦଧି ଦେଖିବା ପାଇଁ ଯାଇଥିଲା।

Minor girl

Minor girl Photograph: (sambad.in)

ସୋର: ତିନିଦିନ ଧରି ନିଖୋଜ ଥିବା ୧୦ ବର୍ଷ ବୟସ ଝିଅର ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛିl ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବାଡୁଲୀ ଗ୍ରାମର କାର୍ତ୍ତିକ ମଲ୍ଲିକଙ୍କ ଝିଅ ବର୍ଷାରାଣୀ ମଲ୍ଲିକ ଗତ ୩ ଦିନ ତଳେ ହଠାତ କେଉଁଆଡେ ନିଖୋଜ ହୋଇଯାଥିଲାl  

ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଓ ସନ୍ଧାନୀ କୁକୁର ସହ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବାଡୁଳି ଗ୍ରାମର କାର୍ତ୍ତିକ ମଳିକଙ୍କ ୧୦ବର୍ଷର ଝିଅ ବର୍ଷାରାଣୀ ମଳିକ ଗ୍ରାମରେ ହେଉଥିବା ଦଧି କାର୍ଯ୍ୟକ୍ରମ ଦେଖିବା ପାଇଁ ଯାଇଥିଲା। ମା’ ଛେଳି ଗୁଡ଼ାଇ ଆଣିବା ପାଇଁ ବଡ଼ଭାଇକୁ କହିବା ପାଇଁ ଘରକୁ ଝିଅକୁ ପଠାଇ ଥିଲେ। ହେଲେ ଝିଅ ଘରକୁ ଆସି ଛେଳି ଗୋଡ଼ାଇ ଆଣିବାକୁ ବଡ଼ଭାଇକୁ କହି ଦଧି ଦେଖିବାକୁ ଆଉ ଯାଇ ନଥିଲା।

ପରିବାର ଲୋକ ଓ ଗ୍ରାମବାସୀମାନେ ସବୁଆଡେ ଖୋଜା ଖୋଜି କରିବା ପରେ ଝିଅକୁ ପାଇ ନଥିଲେ। ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଧାନୀ କୁକୁର ଏବଂ ଅଗ୍ନିଶମ ବିଭାଗ ଅଧିକାରୀମାନେ ପହଂଚି ବିଭିନ୍ନ ପୋଖରୀରେ ପଶି ଖୋଜା ଖୋଜି କରିଥିଲେ। ହେଲେ ଝିଅ କୌଣସି ପତ୍ତା ମିଳି ନଥିଲା। ଏହାକୁ ନେଇ ପରିବାର ଲୋକ ତାଙ୍କ ଝିଅକୁ କେହି ଅପହରଣ କରିଛି ବୋଲି ଅଭିଯୋଗ କରିଥିଲେ।

ବାଡୁଳି ଗ୍ରାମର କାର୍ତ୍ତିକ ମଳିକଙ୍କ ୧୦ବର୍ଷର ଝିଅ ବର୍ଷାରାଣୀ ମଳିକ ଗ୍ରାମରେ ହେଉଥିବା ଦଧି ଦେଖିବା ପାଇଁ ଯାଇଥିଲା। ମା’ ଛେଳି ଗୁଡ଼ାଇ ଆଣିବା ପାଇଁ ବଡ଼ଭାଇକୁ କହିବା ପାଇଁ ଘରକୁ ଝିଅକୁ ପଠାଇ ଥିଲେ। ହେଲେ ଝିଅ ଘରକୁ ଆସି ଛେଳି ଗୋଡ଼ାଇ ଆଣିବାକୁ ବଡ଼ଭାଇକୁ କହି ଦଧି କାର୍ଯ୍ୟକ୍ରମ ଦେଖିବାକୁ ଆଉ ଯାଇ ନଥିଲା।

ଏହି ଆଧାରରେ ସିମୁଳିଆ ଆଇଆଇସି, ସଦର ଏସଡିପିଓ ଏବଂ ଅନ୍ୟ ଅଧିକାରୀମାନେ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ। ବହୁ ଖୋଜାଖୁଜି ପରେ ଆଜି ଗ୍ରାମ ନିକଟରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରିଛି ଦମକଳ ବାହିନୀl ଘଟଣାସ୍ଥଳରେ ଅତିରିକ୍ତ ଏସପି, ସୋର ଓ ସିମୁଳିଆ ପୁଲିସ ଓ ସାଇଣ୍ଟିପିକ ଟିମ୍‌ ପହଞ୍ଚି ତଦନ୍ତ କରୁଥିବା ବେଳେ ସନ୍ଦେହରେ ଜଣକୁ ଅଟକ ରଖି ପଚରା ଉଚରା କରୁଛନ୍ତିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe