ନିଖୋଜ ମହିଳାଙ୍କ ମୃତଦେହ ତିନି ଦିନ ‌ପରେ କୂଅରୁ ଉଦ୍ଧାର

ମୃତକା ଜଣକ ଗତ ତିନି ଦିନ ହେବ ନିଖୋଜ ଥିଲେ। ଆଜି ସକାଳୁ ତାଙ୍କ ମର ଶରୀର ଗାଁ ନିକଟର କୂଅରୁ ମିଳିଛି। ମରଶରୀରକୁ ଉଦ୍ଧାର କରି ଘଟଣାର ତଦନ୍ତ କରି ଶବବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଥିବା ପୁଲିସ କହିଛି।

Dead body of woman recovered from well.

Dead body of woman recovered from well. Photograph: (sambad.in)

କୋରାପୁଟ: ଗତ ତିନି ମାସ ତଳେ ବାହା ହୋଇଥିବା ଜଣେ ମହିଳାଙ୍କ ମୃତଦେହକୁ ଗୋଟିଏ ପଥର କୂଅରୁ କୋରାପୁଟ ସଦର ଥାନା ପୁଲିସ ଉଦ୍ଧାର କରିଛି। ମୃତକା ଜଣକ ମହାଦେଇପୁଟ ପଂଚାୟତର ବିଳାପୁଟ ଗାଁର ମହେନ୍ଦ୍ର ହନ୍ତାଳଙ୍କ ସ୍ତ୍ରୀ ସମାରୀ ପୁଜାରୀ(୧୯)। 

ମୃତକା ଜଣକ ଗତ ତିନି ଦିନ ହେବ ନିଖୋଜ ଥିଲେ। ଆଜି ସକାଳୁ ତାଙ୍କ ମର ଶରୀର ଗାଁ ନିକଟର କୂଅରୁ ଉଦ୍ଧାର ହୋଇଛି। ମରଶରୀରକୁ ଉଦ୍ଧାର କରି ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଥିବା କହିଛନ୍ତି କୋରାପୁଟ ସଦର ଥାନା ଅଧିକାରୀ ରୁନୁ ମାଝୀ। 

ଗତ ତିନି ମାସ ତଳେ ଏ.ମାଲକାନଗିରିର ସମାରୀଙ୍କୁ ବିଲାପୁଟର ମହେନ୍ଦ୍ର ବିବାହ କରିଥିଲେ। ଗତ ୨୬ତାରିଖ ଦିନ ରାତିରେ ସମାରୀ ଶୌଚ କରିବାକୁ ବାହାରିଥିଲେ। ତେବେ ସେବେ ଠାରୁ ସେ ଘରକୁ ଫେରି ନଥିଲେ। 

ସୂଚନା ମୁତାବକ, ଗତ ତିନି ମାସ ତଳେ ଏ.ମାଲକାନଗିରିର ସମାରୀଙ୍କୁ ବିଲାପୁଟର ମହେନ୍ଦ୍ର ବାହା ହୋଇଥିଲେ। ଗତ ୨୬ତାରିଖ ଦିନ ରାତିରେ ସମାରୀ ଶୌଚ କରିବାକୁ ବାହାରିଥିଲେ। ତେବେ ସେବେ ଠାରୁ ସେ ଘରକୁ ଫେରି ନଥିଲେ। ସ୍ବାମୀ ମହେନ୍ଦ୍ର ଗାଁରେ ବହୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ଏ.ମାଲକାନଗିରି ଯାଇ ଶ୍ବଶୁରଙ୍କ ଘରେ ଖୋଜିବା ସହ ଏସମ୍ପର୍କରେ ଜଣାଇଥିଲେ। ଉଭୟ ବି ଖୋଜିଥିଲେ। କିନ୍ତୁ କିଛି ପତ୍ତା ନ ମିଳିବାରୁ ଗତ କାଲି କୋରାପୁଟ ସଦରଥାନାରେ ନିଖୋଜ ଏତଲା ଦେଇଥିଲେ।

ଆଜି ସକାଳୁ ଗାଁ ନିକଟସ୍ଥ ଜମିରେ ଥିବା ପଥର କୂଅରୁ ସମାରିଙ୍କ ବାପା ପାଣି କାଢ଼ୁଥିବା ବେଳେ ମୁଣ୍ଡର କେଶ ଦେଖାଯାଇଥିଲା। ତାପରେ ମରଶରୀରଟି ଉପରକୁ ପଳାଇ ଆସିଥିଲା। ଏ ନେଇ ସଦରଥାନା ପୁଲିସକୁ ସୂଚନା ଦେବାରେ ପୁଲିସ ଘଟଣାସ୍ଥଳକୁ ଯାଇ କୂଅରୁ ମରଶରୀରକୁ ବାହାରକୁ କାଡ଼ି ପଂଚନାମା କରି ବ୍ୟାବଚ୍ଛେଦ ପାଇଁ କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ। ଏଠାରେ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି ବୋଲି କହିଛନ୍ତି ସଦରଥାନା ଅଧିକାରୀ। 

Koraput | Woman

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe