ପୋଖରୀରୁ ମୃତ ନବଜାତ ଶିଶୁ ଉଦ୍ଧାର

ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ଭରଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ ସାନଭରଣ୍ଡି ଗାଁ ଠାରେ ଥିବା ପୋଖରୀରୁ ଗୋଟାଏ ମୃତ ନବଜାତ ଶିଶୁ ଉଦ୍ଧାର କରିଛି ପୁଲିସ। ଶିଶୁଟି ପୋଖରୀରେ ଭାସୁଥିବା ଦେଖି ପ୍ରଥମେ ସ୍ଥାନୀୟ ଲୋକେ ବଡ଼ଭରଣ୍ଡି ପଞ୍ଚାୟତର ସରପଞ୍ଚ ଦୁର୍ଯ୍ୟୋଧନ ଗଣ୍ଡଙ୍କୁ ଖବର ଦେଇଥିଲେ।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ଭରଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ ସାନଭରଣ୍ଡି ଗାଁ ଠାରେ ଥିବା ପୋଖରୀରୁ ଗୋଟାଏ ମୃତ ନବଜାତ ଶିଶୁ ଉଦ୍ଧାର କରିଛି ପୁଲିସ। ଶିଶୁଟି ପୋଖରୀରେ ଭାସୁଥିବା ଦେଖି ପ୍ରଥମେ ସ୍ଥାନୀୟ ଲୋକେ ବଡ଼ଭରଣ୍ଡି ପଞ୍ଚାୟତର ସରପଞ୍ଚ ଦୁର୍ଯ୍ୟୋଧନ ଗଣ୍ଡଙ୍କୁ ଖବର ଦେଇଥିଲେ। ପରେ ସରପଞ୍ଚ ଉମରକୋଟ ଆସି ଥାନାରେ ଏତଲା ଦେଇଥିଲେ। ପରେ ଉମରକୋଟ ପୁଲିସ ଥାନା ସବ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ପହଁଚି ନବଜାତ ଶିଶୁକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ହସ୍ପିଟାଲକୁ ନେଇ ଯାଇଥିଲେ। ଶବ ବ୍ୟବଛେଦ ପରେ ଶିଶୁର ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଆଶା କରାଯାଉଛି।

ସରପଞ୍ଚ କହିବା ହେଲା ଶିଶୁଟି ୨ରୁ ୩ ଦିନ ଧରି ପାଣିରେ ବୁଡ଼ି କି ରହିଥିବା ଅନୁମାନ କରାଯାଉଛି। ଶିଶୁଟିର ପେଟର ନାଇ ଛାଡ଼ି ନାହି। ତେଣୁ ଅଳ୍ପ ଦିନ ତଳେ ହିଁ ଜନ୍ମ ହୋଇଥିବ ବୋଲି ଅନୁମାନ କରାଯାଉଛି।  

ତେବେ ଏହି ଶିଶୁଟିକୁ କିଏ ଓ କାହିଁକି ପୋଖରୀରେ ଫିଙ୍ଗି ଦେଲ। ତାହା ସ୍ପଷ୍ଟ ଭାବରେ ଜଣାପଡୁ ନାହି। କିନ୍ତୁ ଅନ୍ୟେତିକ ସମ୍ପର୍କରୁ ଶିଶୁଟି ଜନ୍ମ ହେଇଥିବ ଓ ସମାଜରୁ ଲାଜରୁ ବଞ୍ଚିବା ପାଇଁ ଏପରି ଅମାନବିକ କାର୍ଯ୍ୟ କରି ଥାଇପାରନ୍ତି ବୋଲି ଅନୁମାନ କରା ଯାଉଛି। ତେବେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି କରିଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe