ଦୁବାଇରୁ ଆସି ପାରୁନି ଓଡ଼ିଆ ଯୁବକଙ୍କ ମୃତଦେହ, ସହାୟତା ଲୋଡ଼ିଲେ ପରିବାର

ସଂଜୟଙ୍କୁ ଦୁବାଇ ନେଇଥିବା ସଂସ୍ଥା ପକ୍ଷରୁ ପରିବାର ଲୋକଙ୍କୁ ମୃତ୍ୟୁ ବିଷୟରେ ଅବଗତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପରିବାର ଲୋକଙ୍କୁ କେହି ମୃତ୍ୟୁର କାରଣ ସ୍ପଷ୍ଟ କରିନଥିବା ଜଣାପଡ଼ିଛି।

bamanala dubai

bamanala dubai Photograph: (sambad.in)

ବାମନାଳ: ଦୁଇଦିନ ହେଲାଣି ଦୁବାଇରେ ପଡ଼ି ରହିଛି ଓଡିଆ ଶ୍ରମିକଙ୍କ ମୃତ ଶରୀର। ମିଳୁନି ଅନୁମତି। ଭାରତ ଆସିପାରୁନି  ମୃତଦେହ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ନୂଆସନ୍ଥ ଗ୍ରାମର ଓଡ଼ିଆ ଶ୍ରମିକଙ୍କ ଦୁବାଇରେ ସନ୍ଦେହଜନକ ମୃତ୍ୟୁକୁ ନେଇ ସଞ୍ଜୟଙ୍କ ସ୍ତ୍ରୀ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ତାଙ୍କୁ ଦୁବାଇ ନେଇଥିବା ସଂସ୍ଥା ପକ୍ଷରୁ ପରିବାର ଲୋକଙ୍କୁ ମୃତ୍ୟୁ ବିଷୟରେ ଅବଗତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପରିବାର ଲୋକଙ୍କୁ କେହି ମୃତ୍ୟୁର କାରଣ ସ୍ପଷ୍ଟ କରିନଥିବା ଜଣାପଡ଼ିଛି। ମୃତ୍ୟୁକୁ ଦୁଇଦିନ ହେଇଥିଲେ ମଧ୍ୟ ମୃତ ଶରୀର ନିଜ ଭିଟାମାଟିକୁ ଅଣାଯିବା ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ଏହି ଭଳି ସ୍ଥିତିରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି।

ସଞ୍ଜୟ ଦୁଇ ବର୍ଷ ତଳେ ବିବାହ କରିଥିଲେ। ବାପାଙ୍କ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାର ତାଙ୍କ କାନ୍ଧରେ ଥିଲା। ପରିବାରର ଆର୍ଥିକ ସ୍ଥିତି ସଂଜୟଙ୍କୁ ବାହାରକୁ ଯିବା ପାଇଁ ବାଧ୍ୟ କରିଥିଲା।

ପରିବାର କହିଲେ ସଞ୍ଜୟ, ତାଙ୍କ ମା,  ପତ୍ନୀ ରାଣୀ ପ୍ରଧାନ ଆଉ ୬ମାସର ଶିଶୁକନ୍ୟା। ଦୁଇ ବର୍ଷ ତଳେ ସଞ୍ଜୟ ବିବାହ କରିଥିଲେ। ବାପାଙ୍କ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାର ସଞ୍ଜୟଙ୍କ କାନ୍ଧରେ ଥିଲା। ପରିବାରର ଆର୍ଥିକ ସ୍ଥିତି ସଂଜୟଙ୍କୁ ବାଧ୍ୟ କରିଥିଲା ବାହାରକୁ ଯିବା ପାଇଁ। ସେଥିପାଇଁ ୮ମାସ ତଳେ ଦୁବାଇର ଏକ ଘରୋଇ କମ୍ପାନିରେ ସେ ଯୋଗଦେଇଥିଲେ। ଗତକାଲି ଏହିଭଳି ତାଙ୍କର ସନ୍ଦେହଜନକ ମୃତ୍ୟୁ ପରିବାର ଲୋକଙ୍କୁ ଚକିତ କରିଛି।

ଏପଟେ ମୃତ ସଂଜୟ ସାହୁଙ୍କ ଘରେ ପୁରୀ ଜିଲ୍ଲା ଶ୍ରମିକ ଅଧିକାରୀ ଗ୍ରାମର ପହଞ୍ଚିଥିଲା ବେଳେ ଶ୍ରମିକ ଅଧିକାରୀ ବିକ୍ରମ କିଶ୍ବରୀ ପ୍ରଧାନ ଶ୍ରମ ଅଧିକାରୀ ଚିନ୍ମୟ ପ୍ରିୟଦର୍ଶୀଙ୍କୁ ସୂଚନା ଦେଇଛନ୍ତି ଆମେ ଗ୍ରାମରେ ଆସି ଏହି ବିସୟରେ ପଚାରାଉଚରା କରିବା ସହ ସରକାରଙ୍କ ମଧ୍ୟମରେ କିପରି ଶବ ଆସିବ ତାର ତାଦାରଖ କରିବୁ। ରାଜନୈତିକ ଚାପ ପକାଇଲେ ଶୀଘ୍ର ଆସିପାରିବ ମର ଶରୀର ବୋଲି କହିଛନ୍ତି।

puri | Dubai

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe