ପରିବାରର ବୋଝ ବୋହିବାକୁ ମେଙ୍ଗାଲୁରୁ ଯାଇଥିଲେ ଯୁବକ, ଫେରିଲେନି ଜୀବିତ

Advertisment

ପରିବାର ପାଖରେ ଅଳ୍ପ ଜମି। ଏକ ଏକର ଜମିରୁ ଉତ୍ପାଦିତ ଫସଲରୁ ବର୍ଷସାରା ଚାରି ପ୍ରାଣୀ ବିଶିଷ୍ଟ କୁଟୁମ୍ବ ବଞ୍ଚିବା ସହଜ ନୁହେଁ। ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା। ଏହାକୁ ସୁଧାରିବା ପାଇଁ ଉଦ୍ୟମ କରିଥିଲେ ଦୀପକ ପ୍ରଧାନ (୧୯)।

ପରିବାର ପାଖରେ ଅଳ୍ପ ଜମି। ଏକ ଏକର ଜମିରୁ ଉତ୍ପାଦିତ ଫସଲରୁ ବର୍ଷସାରା ଚାରି ପ୍ରାଣୀ ବିଶିଷ୍ଟ କୁଟୁମ୍ବ ବଞ୍ଚିବା ସହଜ ନୁହେଁ। ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା। ଏହାକୁ ସୁଧାରିବା ପାଇଁ ଉଦ୍ୟମ କରିଥିଲେ ଦୀପକ ପ୍ରଧାନ (୧୯)।

New Project (16)

ବାଲିଶଙ୍କରା: ପରିବାର ପାଖରେ ଅଳ୍ପ ଜମି। ଏକ ଏକର ଜମିରୁ ଉତ୍ପାଦିତ ଫସଲରୁ ବର୍ଷସାରା ଚାରି ପ୍ରାଣୀ ବିଶିଷ୍ଟ କୁଟୁମ୍ବ ବଞ୍ଚିବା ସହଜ ନୁହେଁ। ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା। ଏହାକୁ ସୁଧାରିବା ପାଇଁ ଉଦ୍ୟମ କରିଥିଲେ ଦୀପକ ପ୍ରଧାନ (୧୯)। ଏଥି ପାଇଁ ସେ କର୍ଣ୍ଣାଟକ ଯାଇଥିଲେ। ମେଙ୍ଗାଲୁରୁର ଏକ କମ୍ପାନିରେ କାମ କରୁଥିଲେ। ସେ ଯେଉଁ କମ୍ପାନୀରେ କାମ କରୁଥିଲେ, ତାହା ସମୁଦ୍ରରୁ ମାଛ ଧରିବା କମ୍ପାନି। ତେବେ ମାଛ ଧରିବାକୁ ଯାଇଥିବା ଅଘଟଣର ଶିକାର ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ରାମପୁର ପଞ୍ଚାୟତ ଖମପୁର ଗ୍ରାମ ଖଡ଼ିଆପଡ଼ାର ଦୀପକ ପ୍ରଧାନ। ଆଜି ଦୀପକଙ୍କର ମୃତଦେହ ତାଙ୍କ ଗାଁକୁ ପହଞ୍ଚିଛି। ଦୀପକଙ୍କ ମୃତଦେହ ପହଞ୍ଚିଲା ପରେ ଘରେ କାନ୍ଦବୋବାଳି ଦେଖାଯାଇଛି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।  

ତୀର୍ଥ ପ୍ରଧାନଙ୍କ ଏକମାତ୍ର ପୁଅ ଦୀପକ ପ୍ରଧାନ। ସେ ଗତ ୫ ତାରିଖରେ ନିଜ ପରିବାରର ଅଭାବ ଅନାଟନକୁ ଦେଖି ଦାଦନ ଖଟିବାକୁ ମେଙ୍ଗାଲୁରୁ ଯାଇଥିଲେ। ସେଠାରେ ଏକ କମ୍ପାନିରେ ମାଛ ଧରାଳି ରୂପେ କାମ କରୁଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ୧୬ ତାରିଖ ରାତି ୧୦ଟାରେ ସେ ବୋଟରୁ ଖସିପଡ଼ି ନିଖୋଜ ହୋଇଯାଇଥିଲେ। ୧୮ ତାରିଖ ଦିନ ସମୁଦ୍ର କୂଳରେ ସେ ଭାସୁଥିବା ଦେଖି ସାଙ୍ଗସାଥିମାନେ ନିକଟସ୍ଥ ବୋଟରେ କାର୍ଯ୍ୟ କରୁଥିବା ତାଙ୍କ କାକା ସଞ୍ଜୀବ ପ୍ରଧାନଙ୍କୁ ଖବର ଦେଇଥିଲେ। ଖବର ପାଇ ସଞ୍ଜୀବ ନିଜ ପୁରୁତାଙ୍କ ଶବ ଚିହ୍ନଟ କରିଥିଲେ। ଏବାବଦରେ ମାଛଧରା କମ୍ପାନି ‘ଆଲମିଣ୍ଟ’ ବୋଟର ମାଲିକ ସହିତ ଶବ ନେବା ପାଇଁ ଆର୍ଥିକ ସହାୟତା ମାଗିଥିଲେ। ଏଥିରେ ସମ୍ପୂର୍ଣ୍ଣ ସହାୟତା ଦେବା ପାଇଁ ଅକ୍ଷମ ପ୍ରକାଶ କରିବାରୁ ଅଧା ଟଙ୍କା ନିଜେ ବହନ କରି ଆମ୍ବୁଲାନ୍ସ ସାହାଯ୍ୟରେ ୧୯ ତାରିଖ ସେଠାରୁ ଶବ ନେଇ ନିଜ ଗ୍ରାମ ଅଭିମୁଖେ ବାହୁଡ଼ିଥିଲେ। ୨୧ ତାରିଖ ଦିନ ୧ଟା ସମୟରେ ନିଜ ଗ୍ରାମରେ ଶବ ପହଞ୍ଚିଲା କ୍ଷଣି ଶୋକାକୁଳ ପରିବେଶ ଖେଳିଯାଇଥିଲା | 

ତୀର୍ଥ ପ୍ରଧାନଙ୍କ ଏକମାତ୍ର ପୁତ୍ର ଦୀପକ ଓ ଜଣେ ୧୨ ବର୍ଷ ଝିଅ। ଦୀପକ ରୋଜଗାରିଆ ପୁତ୍ର ଥିଲେ। ନିଜସ୍ୱ ମାତ୍ର ୧ ଏକର ଜମି ଥିବା ସତ୍ତ୍ୱେ ପରିବାର ଚଳାଇବା ନିଅଣ୍ଟ ହେଉଥିବାରୁ ଉଚ୍ଚ ରୋଜଗାର ଉଦ୍ଦେଶ୍ୟରେ ମେଙ୍ଗାଲୁରୁରେ ମାଛ ଧରାଳି ରୂପେ କାମ କରୁଥିଲେ। ଅଭାବ ଅନାଟନ ପାଇଁ ଘରର ସମ୍ବଳକୁ ସୁଦୃଢ କରିବା ପାଇଁ ଦାଦନ ଖଟିବାକୁ ଯାଇଥିବା ଦୀପକଙ୍କ ମୃତଦେହ ଏବେ ଫେରିଛି।

ରାମପୁର ସରପଞ୍ଚ ଖବର ପାଇ ହରିଶ୍ଚନ୍ଦ୍ର ଯୋଜନାରେ ଶବ ଦାହ ପାଇଁ ୩ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ଅଂଚଳରେ କାମଧନ୍ଧା ମିଳୁନଥିବାରୁ ଲୋକେ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତଦେହ ଫେରୁଛି। ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ  ଅଞ୍ଚଳବାସୀ ଦାବି କରିଛନ୍ତି। 

sundargarh 

ରିପୋର୍ଟ: ପ୍ରଦୀପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe