ବିନିକା: ଦୀର୍ଘ ଦିନ ହେବ ନିଖୋଜ ଥିଲେ ବୃଦ୍ଧା I ବିନିକା ଥାନା ଅଧୀନ ବିନିକା ସହର ଓ୍ଵାର୍ଡ-୧ ର ଦାନୀ କଟା ତଳେ ଏକ ଧାନ ବିଲରୁ ମିଳିଲା ବୃଦ୍ଧାଙ୍କ ମୃତଦେହ I ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁରଜିଲ୍ଲା ବିନିକା ଥାନା ଦାନୀପାଲି ଓ୍ଵାର୍ଡ ୧ ନିକଟର ଦାନୀ କଟା ହିଡ ତଳେ ଏକ ବିଲରୁ I
ତେବେ ବୃଦ୍ଧାଙ୍କ ଶରୀରରେ ବସ୍ତ୍ର ନଥିବା ବେଳେ ନାକରେ ରକ୍ତ ବାହାରିବା ସହ ଶରୀରରେ ବିଭିନ୍ନ ସ୍ଥାନରେ ଦାଗ ରହିଛି I ମୃତ ବୃଦ୍ଧା ଜଣକ ହେଲେ ବିନିକା ସହର ମନହରୀପଡ଼ାର ପ୍ରଭାସିନୀ ମଲ୍ଲିକ (୭୦) ବୋଲି ଜଣା ପଡିଛି I ହେଲେ କେହି ଦୁଷ୍କର୍ମ କରିବା ପରେ ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I
ଆହୁରି ପଢ଼ନ୍ତୁ: Renewable Energy: ‘ଓଡ଼ିଶାରେ ୧ କିଲୋୱାଟ୍ କ୍ଷମତାବିଶିଷ୍ଟ ୧.୫ ଲକ୍ଷ ରୁଫ ଟପ୍ ସୋଲାର୍ ୟୁନିଟ୍ ସ୍ଥାପନ ହେବ’
ବିନିକା ପୁଲିସର ତଦନ୍ତ
ଏନେଇ ମୃତ ବୃଦ୍ଧାଙ୍କର ଝିଅ ବାସନ୍ତୀ ମଲ୍ଳିକ ବିନିକା ଥାନାରେ ଲିଖିତ ଅଭିଯୋଗ ପରେ ଥାନାରେ ୟୁଡି-୨୧/୭-୨୫ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳକୁ ବିନିକା ପୁଲିସ ପହଂଚି ଶବକୁ ଉଦ୍ଧାର କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି I
ଆହୁରି ପଢ଼ନ୍ତୁ Indigo Flight Disruption : ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ସରକାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/07/untitled-2025-12-07-12-46-31.png)