ଭୁବନେଶ୍ବର: କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ପୁରୀଠାରେ ବିଶ୍ୱ ଶକ୍ତି ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ଐତିହାସିକ ସ୍ୱଚ୍ଛ ଶକ୍ତି ବିସ୍ତାର ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ୩୧.୨୫ ଗିଗାୱାଟ୍ ଅଣଜୀବାଶ୍ମ ଶକ୍ତି ଉତ୍ପାଦନ କ୍ଷମତା ଯୋଡ଼ିପାରିଛି। ଏଥିରେ ୨୪.୨୮ ଗିଗାୱାଟ୍ ସୌର ଶକ୍ତି ଅନ୍ତର୍ଭୂକ୍ତ। ଓଡ଼ିଶାକୁ ନୂତନ ଉପଯୋଗିତା ଆଧାରିତ ଏକତ୍ରୀକରଣ (ୟୁଏଲଏ) ମଡେଲ ଅଧୀନରେ ୧.୫ ଲକ୍ଷ ଛାତ ଉପର ସୌର ଶକ୍ତି ବା ରୁଫ୍ ଟପ୍ ସୋଲାର୍ ୟୁନିଟ୍ ମିଳିବ ବୋଲି ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୭ରୁ ୮ ଲକ୍ଷ ନାଗରିକ ଉପକୃତ ହେବେ ବୋଲି ସେ କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୨୦୨୨ରେ ୧ ଟେରାୱାଟ୍ ଶକ୍ତି କ୍ଷମତା ହାସଲ କରିବା ଲାଗି ପ୍ରାୟ ୭୦ ବର୍ଷ ଲାଗିଥିଲା। କିନ୍ତୁ ୨୦୨୪ରେ ବିଶ୍ୱ ୨ ଟେରାୱାଟ୍ କ୍ଷମତା ହାସଲ କରିଥିଲା। ଅର୍ଥାତ୍ ୨ ବର୍ଷରେ ଆଉ ଗୋଟିଏ ଟେରାୱାଟ୍ କ୍ଷମତା ହାସଲ କରିନିଆଯାଇଥିଲା। ଅକ୍ଷୟ ଶକ୍ତି କ୍ଷମତାରେ ଏଭଳି ଅପ୍ରତ୍ୟାଶିତ ବୃଦ୍ଧିରେ ଭାରତ ଏକ ପ୍ରମୁଖ ଯୋଗଦାନକାରୀ। ଗତ ୧୧ ବର୍ଷ ମଧ୍ୟରେ ଦେଶର ସୌର କ୍ଷମତା ୨.୮ ଗିଗାୱାଟରୁ ପ୍ରାୟ ୧୩୦ ଗିଗାୱାଟକୁ ବୃଦ୍ଧି ପାଇଛି, ଯାହା ୪,5୫୦୦%ରୁ ଅଧିକ ବୃଦ୍ଧି। କେବଳ ୨୦୨୨ରୁ ୨୦୨୪ ମଧ୍ୟରେ ଭାରତ ବିଶ୍ୱ ସୌର ଶକ୍ତି ଯୋଗଦାନରେ ୪୬ ଗିଗାୱାଟ ଯୋଗଦାନ କରିଛି, ଯାହାଦ୍ୱାରା ଏହା ତୃତୀୟ ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ମନ୍ତ୍ରୀ କହିଥିଲେ ଭାରତରେ ବିଶ୍ୱର ପଞ୍ଚମ ବୃହତ୍ତମ କୋଇଲା ଭଣ୍ଡାର ରହିଛି ଏବଂ ଆମ ଦେଶ କୋଇଲାର ଦ୍ୱିତୀୟ ସର୍ବବୃହତ ଗ୍ରାହକ। ଏହି ପ୍ରଚୁରତା ସତ୍ତ୍ୱେ, ପରିବର୍ତ୍ତନ ଦିଗରେ ଗତି କରୁଥିବାରୁ ଭାରତ କୋଇଲା ସହିତ ଅକ୍ଷୟ ଶକ୍ତିକୁ ସ୍ଥିର ଭାବରେ ସନ୍ତୁଳିତ କରୁଛି। ସେ କହିଛନ୍ତି, ବିଶ୍ୱସ୍ତରୀୟ ବ୍ୟବସ୍ଥା ଏବେ ଶିଳ୍ପ ପ୍ରତିଯୋଗିତାକୁ ଆକାର ଦେବା ସହିତ ଅକ୍ଷୟ ଶକ୍ତି ଆଡକୁ ଭାରତର ପରିବର୍ତ୍ତନ ଆହୁରି ଜରୁରୀ ଏବଂ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।
ଅକ୍ଷୟ ଶକ୍ତି ଗ୍ରହଣୀୟତରେ ଓଡ଼ିଶାର ଅଗ୍ରଗତି
କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଘୋଷଣା କରିଥିଲେ। ସେ କହିଥିଲେ, ରାଜ୍ୟରେ ୧ କିଲୋୱାଟ୍ କ୍ଷମତାବିଶିଷ୍ଟ ୧.୫ ଲକ୍ଷ ରୁଫ ଟପ୍ ସୋଲାର୍ ୟୁନିଟ୍ ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅନ୍ତର୍ଗତ ଉପଭୋକ୍ତାଙ୍କ ମାଲିକାନା ଅଧୀନରେ ଉପଯୋଗିତା ଆଧାରିତ ଏକତ୍ରୀକରଣ (ୟୁଏଲଏ) ମଡେଲରେ ଏସବୁ ୟୁନିଟ୍ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଏହାଦ୍ୱାରା ରାଜ୍ୟର ୭ରୁ ୮ ଲକ୍ଷ ନାଗରିକ, ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରକୁ ଲାଭ ମିଳିବ। ଓଡ଼ିଶା ପୂର୍ବରୁ ସ୍ୱଚ୍ଛ ଶକ୍ତି ଗ୍ରହଣୀୟତା କ୍ଷେତ୍ରରେ ଦୃଢ଼ ପ୍ରଦର୍ଶନ କରୁଛି। ୩.୧ ଗିଗାୱାଟରୁ ଅଧିକ ସ୍ଥାପିତ ଅକ୍ଷୟ ଶକ୍ତି କ୍ଷମତା ସହିତ, ସ୍ୱଚ୍ଛ ଶକ୍ତି ବର୍ତ୍ତମାନ ରାଜ୍ୟର ମୋଟ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୩୪ ପ୍ରତିଶତରୁ ଅଧିକ ହୋଇପାରିଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅଧୀନରେ, 1.6 ଲକ୍ଷ ପରିବାର ଛାତ ଉପରେ ସୌର ଶକ୍ତି ୟୁନିଟ୍ ସ୍ଥାପନ ପାଇଁ ଆବେଦନ କରିଛନ୍ତି । ୨୩,୦୦୦ରୁ ଅଧିକ ୟୁନିଟ୍ ସଂଯୋଗ ହୋଇସାରିଛି ଏବଂ ୧୯,୨୦୦ରୁ ଅଧିକ ପରିବାର ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୪୭ କୋଟିରୁ ଅଧିକ ସବସିଡି ପାଇଛନ୍ତି।
ଆହୁରି ପଢ଼ନ୍ତୁ: Omar Abudullah on Indi allaince: ଇଣ୍ଡିଆ ମେଣ୍ଟ ଆଇସିୟୁକୁ ଚାଲିଯାଇପାରେ: ଓମାର
‘ଅଗ୍ରଣୀ ଭୂମିକା ଗ୍ରହଣ କରିବ ଓଡ଼ିଶା’
ଶ୍ରୀ ଯୋଶୀ ଗୁରୁତ୍ୱାରୋପ କରି କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସାମଗ୍ରିକ ଇକୋସିଷ୍ଟମ, ବ୍ୟବସାୟିକ ସୁଗମତା, ନିବେଶକଙ୍କ ବିଶ୍ୱାସ, ଭିତ୍ତିଭୂମି, ଚାହିଦା ଆଧାରିତ ଯୋଜନା ଏବଂ କେନ୍ଦ୍ର-ରାଜ୍ୟ ଦୃଢ଼ ସହଯୋଗ ଭାରତର ଅକ୍ଷୟ ଶକ୍ତି ସମ୍ପ୍ରସାରଣକୁ ଆଗେଇ ନେଉଛି । ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶା ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ। ସେ ଅକ୍ଷୟ ଶକ୍ତି ଏବଂ ସବୁଜ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ରାଜ୍ୟବାସୀଙ୍କ ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଥିଲେ।
ଆହୁରି ପଢ଼ନ୍ତୁ: Arshad Khan : ଟି-୨୦ କ୍ରିକେଟରେ ଚମତ୍କାର ବୋଲିଂ, ୯ ରନ ଦେଇ ୬ଟି ଓ୍ବିକେଟ୍ ନେଲେ ଅର୍ଶଦ ଖାଁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/06/mohan-maji-2025-12-06-21-40-15.jpeg)