ଡଙ୍ଗାବୁଡ଼ି ଦୁଇ ଛାତ୍ର ନିଖୋଜ ଘଟଣା: ୪ଦିନ ପରେ ଜଣକ ମୃତଦେହ ଉଦ୍ଧାର

Advertisment

କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଦୁଇ ଛାତ୍ର ନିଖୋଜ ଘଟଣାକୁ ଆଜିକୁ ୪ଦିନ ପରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି।

କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଦୁଇ ଛାତ୍ର ନିଖୋଜ ଘଟଣାକୁ ଆଜିକୁ ୪ଦିନ ପରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି।

Drawn

Drawn Photograph: (Sambad )

ଲମତାପୁଟ: ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଦୁଇ ଛାତ୍ର ନିଖୋଜ ଘଟଣାକୁ ଆଜିକୁ ୪ଦିନ ପରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି। ଆଉ ଜଣେ ନାବାଳକ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ମୃତଦେହ ଅମିତ ହନ୍ତାଲଙ୍କର ବୋଲି ଜଣାପଡ଼ିଛି।

ରେଡକ୍ରସ୍‌ ତରଫରୁ ମୃତକଙ୍କ ପରିବାର ଲୋକଙ୍କୁ ୨୦ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯାଇଥିବା ବେଳେ ପଟାଙ୍ଗୀ ବିଧାୟକଙ୍କ ତରଫରୁ ୫ହଜାର ଟଙ୍କା ସହାୟତା ରାଶି ଦିଆଯାଇଥିବା ଜଣାଯାଇଛି। ୪ଦିନ ହେଲା ୩ଅଗ୍ନିଶମ ବିଭାଗ ଓ ଗୋଟିଏ ଓଡ୍ରାଫ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି।

ଗତ ୧ ତାରିଖ ଦିନ ୨ ନାବାଳକ ନିଖୋଜ ହୋଇଥିଲେ। ଏହା ପରଠାରୁ ୪ଦିନ ହେଲା ୩ଅଗ୍ନିଶମ ବିଭାଗ ଓ ଗୋଟିଏ ଓଡ୍ରାଫ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଗତ ୧ତାରିଖ ଦିନ ସ୍କୁଲ ଛୁଟି ହେବା ପରେ ତିନ ଜଣ ସାଙ୍ଗ ଶିବ ହନ୍ତାଲ, ଅମିତ ଅନ୍ତାଲ ଓ ଗୌତମ ଖେମୁଣ୍ଡୁ ମିଶି ଜଲ୍ଲାପୁଟ ଜଳଭଣ୍ଡାର କୂଳକୁ ସେଲିଫି ଉଠାଇବାକୁ ଯାଇଥିଲେ। ସେଠାରେ ଦେଶୀ ଡଙ୍ଗା ଦେଖି ଖୁସି ହୋଇଥିଲେ। ସେଲଫି ନେଲା ବେଳେ ଦେଶୀ ଡଙ୍ଗାକୁ ଟିକିଏ ପାଣିରେ ଠେଲି ସେଠାରେ ବସିଥିଲେ। ସେହି ସମୟରେ ଗଭୀର ପାଣିକୁ ଡଙ୍ଗା ଚାଲି ଯାଇ ସେଠାରେ ପାଣି ଭର୍ତ୍ତି ହୋଇ ଡଙ୍ଗା ବୁଡ଼ି ଯାଇଥିଲା

ସେଠାରୁ ଗୌତମ ପହଁରି କୂଳରେ ଲାଗି ଗାଁରେ ଖବରେ ଦେଇଥିଲା। ପରେ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ଘଟଣାସ୍ଥଳରେ ନନ୍ଦପୁର ତହିସଲଦାର ପାର୍ବତୀ ଝଡ଼ିଆ, ଏସ୍‌ଡିପିଇଓ ସମ୍ବିତ କୁମାର ମାଝି, ମାଛକୁଣ୍ଡ ଥାନା ଅଧିକାରୀ ଶମ୍ବୁ ସାରକା, ପଟାଙ୍ଗୀ ବିଧାୟକ ରାମ କାଡାମ ଓ ସ୍ଥାନୀୟ ସରପଂଚ ରାଜକିଶୋର ଲେନ୍ଦ୍ରୁ ଉପସ୍ଥିତ ରହି ଉଦ୍ଦାର କାର୍ଯ୍ୟରେ ସାମିଲ ହୋଇଥିଲେ। ପୁଣି ଆସନ୍ତାକାଲି ଉଦ୍ଦାର କାର୍ଯ୍ୟ ଜାରି ରହିବ ବୋଲି ଜଣାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe