ଅପରାହ୍ନ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ ପ୍ରଶାନ୍ତ କୁମାର ଶତପଥୀଙ୍କ ମୃତଦେହ

Advertisment

ଆଜି ଅପରାହ୍ନ ୨ଟାରେ ପ୍ରଶାନ୍ତ କୁମାର ଶତପଥୀଙ୍କ ମୃତଦେହକୁ ଏୟାରଲିଫ୍ଟ କରାଯିବ ଓ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ। ସେଠାରୁ ତାଙ୍କ ମୃତଦେହକୁ ବାଲେଶ୍ବର ଅଣାଯିବ।  ପୋଷ୍ଟମର୍ଟମ ସରିଛି। 

dvd ccvcv

ବାଲେଶ୍ବର: ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମ୍‌କୁ ବୁଲିବାକୁ ଯାଇଥିବା  ବେଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ କୁମାର ଶତପଥୀଙ୍କ ମୃତଦେହକୁ ଆଜି ବାଲେଶ୍ବର ଅଣାଯିବ। ଏନେଇ ମୃତକଙ୍କ ବଡ଼ଭାଇ ସୂଚନା ଦେଇଛନ୍ତି। ତାଙ୍କ ସାନଭାଇ ବସନ୍ତ ମିଶ୍ର  ପହଲଗାମରେ ପହଞ୍ଚିଛନ୍ତି। ଆଜି ଅପରାହ୍ନ ୨ଟାରେ ପ୍ରଶାନ୍ତ କୁମାର ଶତପଥୀଙ୍କ ମୃତଦେହକୁ ଏୟାରଲିଫ୍ଟ କରାଯିବ ଓ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ। ସେଠାରୁ ତାଙ୍କ ମୃତଦେହକୁ ବାଲେଶ୍ବର ଅଣାଯିବ।  ପୋଷ୍ଟମର୍ଟମ ସରିଛି। 

ପ୍ରଶାନ୍ତ ବାଲେଶ୍ବରସ୍ଥିତ ସିପେଟ୍‌ରେ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରି କରିଥିଲେ। ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ‌ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜିର ଘଟଣା ନେଇ ତାଙ୍କ ବଡ଼ଭାଇ ସୁଶାନ୍ତ କୁମାର ଶତପଥୀଙ୍କୁ ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ଫୋନ୍‌ ଆସିଥିଲା। ପ୍ରଶାନ୍ତଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ସୁରକ୍ଷିତ ଥିବା ସୂଚନା ମିଳିଥିଲା। ଶ୍ରୀନଗରର ପହଲଗାମ୍‌କୁ ଅନ୍ୟ ପର୍ଯ୍ୟଟକଙ୍କ ସହ ସେମାନେ ବୁଲିବାକୁ ଯାଇଥିବା ବେଳେ ଆତଙ୍କୀମା‌ନେ ସେମାନଙ୍କ ଧର୍ମ ପଚାରି ଗୁଳିବର୍ଷଣ କରିଥିବା ସୂଚନା ମିଳିଛି। ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି। 
ବାଲେଶ୍ବର ସହର ଉପକଣ୍ଠ ସଦର ଥାନା ସାରଗାଁ ପଞ୍ଚା‌ୟତ ଇଶାଣି ଗ୍ରାମର ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ବାଲେଶ୍ବର ବ୍ଲକ୍‌ ପ୍ରୋଗ୍ରାମ୍‌ କୋଅର୍ଡିନେଟର ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜ ସୁରକ୍ଷିତ ଅଛନ୍ତି।

ପ୍ରଶାନ୍ତ ବାଲେଶ୍ବରସ୍ଥିତ ସିପେଟ୍‌ରେ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରି କରିଥିଲେ। ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ‌ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜିର ଘଟଣା ନେଇ ତାଙ୍କ ବଡ଼ଭାଇ ସୁଶାନ୍ତ କୁମାର ଶତପଥୀଙ୍କୁ ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ଫୋନ୍‌ ଆସିଥିଲା। ପ୍ରଶାନ୍ତଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ସୁରକ୍ଷିତ ଥିବା ସୂଚନା ମିଳିଥିଲା। ଶ୍ରୀନଗରର ପହଲଗାମ୍‌କୁ ଅନ୍ୟ ପର୍ଯ୍ୟଟକଙ୍କ ସହ ସେମାନେ ବୁଲିବାକୁ ଯାଇଥିବା ବେଳେ ଆତଙ୍କୀମା‌ନେ ସେମାନଙ୍କ ଧର୍ମ ପଚାରି ଗୁଳିବର୍ଷଣ କରିଥିବା ସୂଚନା ମିଳିଛି। ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe