ଟ୍ରେନ ଲାଇନରୁ ଆରଏସପି କର୍ମଚାରୀଙ୍କ ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାଉରକେଲା ଇସ୍ପାତ କାରଖାନା ପରିସର ଟ୍ରେନ ଲାଇନ ପାର୍ଶ୍ଵରୁ ଜଣେ କର୍ମଚାରୀଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ପଡ଼ିଥିବା ଶବ ଉଦ୍ଧାର ହୋଇଛି l ମୃତକ ହେଲେ ସେକ୍ଟର ୪ଡି ବ୍ଲକର ବାସୁଦେବ ପ୍ରଧାନ(୫୦)l  

sty

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପରିସର ଟ୍ରେନ ଲାଇନ ପାର୍ଶ୍ଵରୁ ଜଣେ କର୍ମଚାରୀଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ପଡ଼ିଥିବା ଶବ ଉଦ୍ଧାର ହୋଇଛି l ମୃତକ ହେଲେ ସେକ୍ଟର ୪ଡି ବ୍ଲକର ବାସୁଦେବ ପ୍ରଧାନ(୫୦)l  

ସେ ଆରଏସପି ହେଭି ମେଣ୍ଟେନାନ୍ସ ଇଲେକ୍ଟ୍ରିକାଲ ( ଏଚଏମଇ ) ବିଭାଗର ମାଷ୍ଟର ଟେକନିସିଆନ ଭାବେ କାମ କରୁଥିଲେ l ତାଙ୍କୁ ଗତ ମାସକ ତଳେ ହଟଷ୍ଟ୍ରିପ ମିଲ -୧ରୁ ଏଚଏମଇକୁ ବଦଳି କରାଯାଇଥିଲା l

 ଟାଙ୍ଗରପାଲି ପୁଲିସ ଶବ ଜବତ କରି ଆଇଜିଏଚ ମର୍ଗରେ ରଖିଛି l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l ବାସୁଦେବଙ୍କ ମୃତ୍ୟୁକୁ ନେଇ ଶ୍ରମିକ ସଂଗଠନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe