ଦେଓଗାଁ/ତୁଷୁରା: ତେଲ ନଦୀ ବ୍ରିଜ ତଳେ ପଡ଼ିଛି ତେଜରାତି ଦୋକାନୀଙ୍କ ମୃତଦେହ। ତୁଷୁରା ତେଲ ନଦୀ ବ୍ରିଜ ତଳେ ପଡ଼ିଛି ମୃତ ଦେହ। ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ତୁଷୁରା ପୁଲିସ। 

Advertisment

ବଲାଙ୍ଗୀରଜିଲ୍ଲା ତୁଷୁରା ଥାନା ତୁଷୁରା ସ୍ଥିତ ଗୁଡଭେଳା ରାସ୍ତା ଉପରେ ଥିବା ତେଲ ନଦୀ ବ୍ରିଜ ତଳେ କାହାରି ମୃତଦେହ ପଡ଼ିଥିବାର ସୂଚନା ମିଳିବା ପରେ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମିଥିଲା ତେଲ ନଦୀ ବ୍ରିଜ ଉପରେ। ତେବେ ଏହି ମୃତଦେହକୁ ନେଇ ଅନେକ କଥା ଚର୍ଚ୍ଚା ହେଉଥିବା ବେଳେ ବ୍ୟବସାୟୀ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି। 

ଆହୁରି ପଢ଼ନ୍ତୁ: Illegal Poaching: ଦୁଇଟି ବାଘଛାଲ ସହ ସମ୍ବରଶିଙ୍ଗ ଜବତ, ବାପପୁଅ ସମେତ ୬ ଜଣ ଗିରଫ

ମୃତକ ଦେଉଳଗୁଡ଼ିର ନଟରାଜ ଥନାପତି

ଏନେଇ ପୁଲିସ ଅଧିକ ତଦନ୍ତ କଲେ ସଠିକ୍ ତଥ୍ୟ ପଦାକୁ ଆସିବ। ତେବେ ତେଲ ନଦୀ ବ୍ରିଜ ତଳେ ପଡ଼ିଥିବା ମୃତଦେହ ତୁଷୁରା ଥାନା ଅନ୍ତର୍ଗତ ଦେଉଳଗୁଡ଼ିର ନଟରାଜ ଥନାପତିଙ୍କର ବୋଲି ପୁଲିସ ସୂଚନା ଦେଇଛି।