ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ):ନୂଆପଡ଼ାଜିଲ୍ଲା ଖଡ଼ିଆଳ ବନବିଭାଗ ପକ୍ଷରୁ ପୃଥକ ପୃଥକ ଦୁଇଗୋଟି ସ୍ଥାନରେ ଚଡାଉ କରି ଦୁଇଗୋଟି କଲରାପତରିଆ ବାଘ ଛାଲ ଓ  ଦୁଇଗୋଟି ସମ୍ଭର ଶିଙ୍ଗ ଜବତ କରାଯାଇଛି। ଏହି ଘଟଣାରେ ବନ ବିଭାଗ ବାପ ପୁଅ ସମେତ ୬ ଜଣଙ୍କୁ ଗିରଫ କରିଛି। ଏ ନେଇ ସୂଚନା ଦେଇଛନ୍ତି ଖଡ଼ିଆଳ ଡ଼ିଏଫଓ ଅଜିଜ ଖାନ।

Advertisment

ବନ ବିଭାଗର ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏକ ଟିମ ପ୍ରଥମେ ବୋଡ଼େନ୍‌ ରେଞ୍ଜ ଅଧୀନସ୍ଥ ଶରଧାପୁର ଗାଁରେ ଚଢ଼ଉ କରିଥିଲା ଏହି ଚଢ଼ଉ ସମୟରେ ଗୋଟିଏ କଲରାପତରିଆ ବାଘଛାଲ ସହ ଦୁଇଗୋଟି ସମ୍ଭର ଶିଙ୍ଗ ଜବତ କରିଥିଲା। ଘଟଣା ସହିତ  ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଶରଧାପୁର ଗାଁର ଦିନେଶ ମାଝୀ, ଶୁକରାମ ଚିନ୍ଦା, କେନ୍ଦୁବାହାରା ଗାଁର କୁମା ଚନ୍ଦ୍ର ମାଝୀ, ଖଇରପଡ଼ାର ମଧୁସୂଦନ ମାଝୀ।

ଆହୁରି ପଢ଼ନ୍ତୁ: Paddy: ଭଦ୍ରକ ଜିଲ୍ଲାରେ ଖୋଲିନି ମଣ୍ଡି: ଗାଁରେ ବୁଲୁଛନ୍ତି ପଶ୍ଚିମବଙ୍ଗର ବ୍ୟବସାୟୀ

ସେହିପରି ଆଜି ଅନ୍ୟ ଏକ ଚଢ଼ଉ ସମୟରେ ନୂଆପଡା ରେଞ୍ଜ ର ପାତାଳଗୁଡ଼କରୀ ଗାଁରେ ଏକ କଲରାପତରିଆ ବାଘ ଛାଲ ଜବତ କରିଥିବା ବେଳେ ବେଆଇନ ଭାବେ ବନ୍ୟ ଜନ୍ତୁ ଶିକାର କରିଥିବା ଅବିଯୋଗରେ ବାପ ଏବଂ ପୁଅ ଗିରଫ ହୋଇଛନ୍ତି। ଏମାନେ ହେଲେ ମହେଶ ସାହୁ ଏବଂ ତାଙ୍କର ପୁଅ ଗଜାନନ ସାହୁ। ଏହାର ସତ୍ୟାସତ୍ୟ ତଦନ୍ତ ପରେ ଗିରଫ ୬ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Henry Olanga Story: ଏହି ବୋଲରଙ୍କ ବୋଲିଂରେ ଶୋଇପାରିନଥିଲେ ସଚିନ, ଆଜି ବୁଲି ବୁଲି ଗାଉଛନ୍ତି ଗୀତ